ସ୍କୁଲ ଭ୍ୟାନରେ ୪ ବର୍ଷର ଝିଅକୁ ରେପ୍, ପିଡୀତା ମା’କୁ ମୁହଁ ନ ଖୋଲିବାକୁ ଧମକ!
ସ୍କୁଲ ଭ୍ୟାନରେ ବି ସୁରକ୍ଷିତ ନୁହଁନ୍ତି ଝିଅ।
ଉତ୍ତରପ୍ରଦେଶ: ସ୍କୁଲ ଭ୍ୟାନରେ ବି ଅସୁରକ୍ଷିତ ଝିଅ। ଜଣେ ୪ ବର୍ଷର ଝିଅକୁ ସ୍କୁଲ ନେବା ସମୟରେ ତା ସହ ଅସଦାଚରଣ କରିଛି କାମାନ୍ଧ ସ୍କୁଲ ଭ୍ୟାନ୍ ଡ୍ରାଇଭର। ଯେଉଁ ଘଟଣା ଜଣା ପଡିବା ପରେ ଏବେ ଝିଅମାନଙ୍କୁ ଘରୁ ବାହାର କରିବାକୁ ମଧ୍ୟ ଡର ଲାଗୁଛି।
ଏପରିକି ଛାତ୍ରୀ ଜଣକ ଏକଥା ତାଙ୍କ ଘରେ କହିଥିଲେ ବି ଅଭିଯୁକ୍ତ ପିଡୀତାଙ୍କ ମାଆଙ୍କୁ ଧମକ ଦେଇଥିଲା କି, ତାଙ୍କ ଝିଅକୁ କିଡନାପ କରିନେବ। ଆଉ ସେହି ଭୟରେ ପିଡୀତାଙ୍କ ମାଆ ସବୁ ଜାଣି ମଧ୍ୟ ଚୁପ ଥିଲେ।
ସ୍କୁଲ ଭ୍ୟାନରେ ରେପ୍: ତେବେ ୟୁପିର ଲକ୍ଷ୍ନୌରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ସ୍କୁଲ ଭ୍ୟାନ ଡ୍ରାଇଭର ଜଣେ ୪ ବର୍ଷର ଝିଅକୁ ସ୍କୁଲ ନେବା ସମୟରେ ତାଙ୍କ ସହିତ ଅଶ୍ଳୀଳ କାର୍ଯ୍ୟ କରିଛନ୍ତି।
ଝିଅଟିର ମାଆ ସ୍କୁଲ ପରିଚାଳକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ସ୍କୁଲ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା।
ପୂରା ଘଟଣା କ’ଣ: ମାମଲାଟି ଲକ୍ଷ୍ନୌର ଇନ୍ଦିରା ନଗର ଅଞ୍ଚଳର। ଯେଉଁଠାରେ ଭ୍ୟାନ୍ ଡ୍ରାଇଭର ଜଣକ ୪ ବର୍ଷର ଛାତ୍ରୀକୁ ଯୌନ ନିର୍ଯ୍ୟାତନା ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା।
ହେଲେ ଝିଅଟିର ମାଆକୁ ଅଭିଯୁକ୍ତ ଡ୍ରାଇଭର ଧମକ ଦେଇଥିଲା ଘଟଣା ସମ୍ପର୍କରେ ମୁହଁ ନ ଖୋଲିବା ପାଇଁ। ଯଦି ମୁହଁ ଖୋଲନ୍ତି ତାହାଲେ ତାଙ୍କ ଝିଅକୁ କିଡନାପ କରିନେବ ବୋଲି ଧମକ ଦେଇଥିଲା ଅଭିଯୁକ୍ତ। ଯାହା ଫଳରେ ପରିବାର ଲୋକଗ ଚୁପ୍ ଥିଲେ।
ହେଲେ ସାହାସ ଜୁଟାଇ ଝିଅର ମାଆ ଲକ୍ଷ୍ନୌ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପରେ ମାଆଙ୍କ ଅଭିଯୋଗ କ୍ରମେ ଲକ୍ଷ୍ନୌ ପୋଲିସ ମ୍ୟାନେଜର ଏବଂ ଭ୍ୟାନ ଡ୍ରାଇଭରଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲା ଏବଂ ଭ୍ୟାନ ଡ୍ରାଇଭର ଆରିଫଙ୍କୁ ଗିରଫ କରିଥିଲା।
କେଉଁ ମାମଲା ରୁଜୁ: ମାଆ ଭ୍ୟାନ ଡ୍ରାଇଭରଙ୍କ ବିରୁଦ୍ଧରେ ଅନୁସୂଚିତ ଜାତି ଏବଂ ଜନଜାତି, ବଳାତ୍କାର, POCSO, ଧମକ ଦେବା ପାଇଁ ଏକ ମାମଲା ରୁଜୁ କରିଥିଲେ।
ଅଭିଯୁକ୍ତ ଭ୍ୟାନ ଡ୍ରାଇଭରକୁ ଜେଲ ପଠାଇ ଦିଆଯାଇଛି। ପୋଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତ ପୂର୍ବରୁ ମଧ୍ୟ ଝିଅମାନଙ୍କ ସହିତ ଏପରି କାର୍ଯ୍ୟ କରିଥାଇପାରେ। ପୋଲିସ ଟିମ୍ ଭ୍ୟାନରେ ସ୍କୁଲ ଯାଉଥିବା ଝିଅମାନଙ୍କଠାରୁ ମଧ୍ୟ ସୁରାକ ଖୋଜୁଛି।