ନିର୍ମମ ହତ୍ୟାକାଣ୍ଡ, ଯୁବକଙ୍କ ଛାତିରେ ୧୪ ଥର ଭୁସିଲେ ଛୁରୀ

ପୋଲିସର ଏନକାଉଣ୍ଟରରେ ହତ୍ୟାକାରୀ ଗୁରୁତର।

ଜୟପୁର: ଯୁବକକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା। ଯୁବକଙ୍କ ଛାତିକୁ ୧୪ ଥର ଭୁସିବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହେଲେ ଆଶ୍ଚର୍ଯ୍ୟ ଲାଗୁଛି ହତ୍ୟାକାରୀ ମନରେ ଟିକେ ହେଲେ ପଶ୍ଚାତାପ ନାହିଁ। କାରଣ ଯୁବକଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଅପଲୋଡ କରିଥିଲା।

ଆଉ ହତ୍ୟାରେ ବ୍ୟବହାର କରିଥିବା ଛୁରୀ ମଧ୍ୟ ତାଙ୍କ ହାତରେ ଥିଲା। ଆଉ ଭିଡ଼ିଓ ସେୟାର କରି ଅଭିଯୁକ୍ତ ଲେଖିଥିଲା ଦୀର୍ଘ ଦିନ ପରେ ଆଜି ମୋ ପ୍ରତିଶୋଧ ପୂରା ହେଲା। ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।

ଯୁବକଙ୍କୁ ହତ୍ୟା: ଘଟଣାଟି ଜୟପୁରର। ଯେଉଁଠାରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି।  ହତ୍ୟାକାରୀ ଯୁବକଙ୍କୁ ଛାତିରେ ପ୍ରାୟ ୧୪ ଥର ଛୁରୀ ଭୁସିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି।

ହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି।  ପ୍ରତିବାଦରେ ଲୋକମାନେ ଜୟପୁର-ଆଗ୍ରା ଜାତୀୟ ରାଜପଥ ଅବରୋଧ କରିଥିଲେ। ପୋଲିସ ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏବେବି ପରିସ୍ଥିତି ଶାନ୍ତ ପଡିନଥିବା ସୂଚନା ମିଳିଛି।

ପୋଲିସର ଏନକାଉଣ୍ଟର: ବିପିନଙ୍କ ହତ୍ୟା ମାମଲା ପରେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚଢାଉ ଆରମ୍ଭ କରିଥିଲା।

ପୋଲିସ ମଧ୍ୟାହ୍ନ ସୁଦ୍ଧା ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହା ପରେ ସନ୍ଧ୍ୟା ବେଳକୁ ମୁଖ୍ୟ ଅଭିଯୁକ୍ତ ଅନସକୁ ମଧ୍ୟ ଗିରଫ କରାଯାଇଥିଲା। ହେଲେ ମୁଖ୍ୟ ଅଭିଯୁକ୍ତକୁ ଗିରଫ ପାଇଁ ପୋଲିସକୁ ଏନକାଉଣ୍ଟର କରିବାକୁ ପଡିଥିଲା।

ଯାହା ଫଳରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିଲା। ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ। ଏହାପରେ ଆହତ ଅଭିଯୁକ୍ତକୁ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ।

କୁହାଯାଉଛି ଯେ ଅନସ ଚଢାଉ ପାଇଁ ଯାଇଥିବା ପୋଲିସଙ୍କ ରିଭଲଭର ଛଡ଼ାଇ ନେଇ ଦୌଡିବାକୁ ଚେଷ୍ଟା କରୁଥିଲା। ସେହି ସମୟରେ ପୋଲିସ ତାଙ୍କୁ ଗୁଳି କରିଥିଲା ଏବଂ ଗୁଳି ତାଙ୍କ ଗୋଡରେ ବାଜିଥିଲା।

ହତ୍ୟାକାଣ୍ଡ କିପରି ହେଲା: ପୋଲିସର ସୂଚନା ଅନୁଯାୟୀ, ରବିବାର ରାତିରେ ଜୟପୁରର ଜାମଡୋଲି ଥାନା ଅଞ୍ଚଳରେ ଏହି ହୃଦୟ ବିଦାରକ ହତ୍ୟାକାଣ୍ଡ ଘଟିଛି।

ପାଲଡି ମୀନା କଚ୍ଚି ବସ୍ତି ଅଞ୍ଚଳରେ ୭-୮ ଜଣ ଦୁର୍ବୃତ୍ତ ଅନ୍ଧାରରେ ୨୨ ବର୍ଷୀୟ ବିପିନ ନାୟକଙ୍କୁ ଡାକି ନେଇଥିଲେ। ତା’ପରେ ସେମାନେ ତାଙ୍କୁ ଘେରିଯାଇ ନିର୍ମମ ଭାବରେ ଛୁରୀ ଭୁସି ଚାଲିଥିଲେ।

ଏହି କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ହତ୍ୟା ପରେ ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ। ଏହା ପରେ ମୁଖ୍ୟ ଅଭିଯୁକ୍ତ ଅନସ ଖାନ ଓରଫ ଶୁଟର ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ।

ଯେଉଁଥିରେ ଲେଖିଥିଲେ ଆଜି ମୋ ପ୍ରତିଶୋଧ ପୂରଣ ହୋଇଛି। ହେଲେ ସେ କେଉଁ ପ୍ରତିଶୋଧ  ପାଇଁ ବିପିନଙ୍କୁ ହତ୍ୟା କଲେ ତାହା ଜଣାପଡିନାହିଁ।