ମୋତେ ନ୍ୟାୟ ଦିଅ: ସ୍ୱାମୀ, ଦେଢ଼ଶୁର, ନଣନ୍ଦେୟୀ ଲୁଟିଛନ୍ତି ମୋ ଇଜ୍ଜତ, ଥାନାରେ କାନ୍ଦି କାନ୍ଦି ମହିଳା କହିଲେ ଦୁଃଖ

ଉତ୍ତରପ୍ରଦେଶ ଆଲିଗଡ଼ର ଘଟିଛି ଏହି ଘଟଣା।

ଉତ୍ତରପ୍ରଦେଶ: ଶାଶୁ ଘରେ ମୋ ସହ ଦୁଷ୍କର୍ମ ହୋଇଛି। ଏଭଳି କିଛି କହି ପୋଲିସ ଆଗରେ କାନ୍ଦିବାକୁ ଲାଗିଲେ ମହିଳା। ମୋତେ ଏସବୁରୁ ରକ୍ଷା କର ନଚେତ ମୁଁ ମରିଯିବି। କାକୁତି ମିନତି ହୋଇ ପୋଲିସକୁ ନ୍ୟାୟ ମାଗିଲେ ମହିଳା।

ଉତ୍ତରପ୍ରଦେଶ ଆଲିଗଡ଼ର ଘଟିଛି ଏହି ଘଟଣା। ନିଜ ସ୍ୱାମୀ ଏବଂ ଦେଢ଼ଶୁର ତାଙ୍କୁ ବଳାତ୍କାର କରିଥିବା କହିଛନ୍ତି ମହିଳା। ନଣନ୍ଦେୟୀ ମଧ୍ୟ ତାଙ୍କ ସହ ଜୋର ଜବରଦସ୍ତ ସମ୍ପର୍କ ରଖୁଥିଲେ।
ବିରୋଧ କରିବାରୁ ମତେ ମାଡ଼ ମାରୁଥିଲେ। ନାନା ନିର୍ଯାତନା ମଧ୍ୟ ଦେଉଥିଲେ ବୋଲି କହିଛନ୍ତି ପୋଲିସକୁ କହିଛନ୍ତି ମହିଳା।

ସ୍ୱାମୀ ମୋ ସହ ଜୋର ଜବରଦସ୍ତୀ ସମ୍ପର୍କ ରଖନ୍ତି। ଯଦି ମୁଁ ବିରୋଧ କରେ ମତେ ମାଡ଼ ମାରି ରକ୍ତାକ୍ତ କରି ଦିଅନ୍ତି। ଏହା ସହ ସ୍ୱାମୀ ଜାଣତରେ ମୋ ସହ ଦୁଷ୍କର୍ମ କରନ୍ତି ଦେଢ଼ଶୁର, ନଣନ୍ଦେୟୀ।

ଶାଶୁ ଘରେ ମୋ ସହ ଏପରି ଘଟଣା ଘଟୁଛି ବୋଲି କହିଥିଲେ। ମୋତେ ସେଠି ନ୍ୟାୟ ଦେବା ପରିବର୍ତ୍ତେ ମାଡ଼ ମାରିଥିଲେ। ନାନା କଥା କହିଥିଲେ। ମୁଁ ବହୁତ ଆଶାରେ ଏଠିକୁ ଆସିଛି ଦୟାକରି ମୋତେ ନ୍ୟାୟ ଦିଅନ୍ତୁ।

ପିଡିତା ଅଭିଯୋଗ କରିଛନ୍ତି ଯେ ମୋ ବିବାହକୁ ପାଞ୍ଚ ବର୍ଷ ବିତିଗଲାଣି। ବିବାହ ପରେ ନିର୍ଯାତନା ତାଙ୍କ ସହ ଏକ ନିତି ଦିନିଆ ଘଟଣା ପରି।

ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ବ୍ୟକ୍ତିଗତ ସମ୍ପର୍କରେ ଏକ ଭିଡିଓ ତିଆରି କରିଛନ୍ତି। ସେ ସେହି ଭିଡିଓ ତାଙ୍କ ବନ୍ଧୁମାନଙ୍କୁ ଦେଖାନ୍ତି।

ଯେତେବେଳେ ମୁଁ ପରିବାର ସଦସ୍ୟଙ୍କୁ ଏହା କହିଲି, ସେ ସେମାନଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କଲେ। ସ୍ୱାମୀ କୁହନ୍ତି ଯେ ସେ ଭିଡିଓଟିକୁ ସୋସିଆଲ ମିଡିଆରେ ଭାଇରାଲ କରିବେ।

ସେ କହିଥିଲେ – ମୁଁ ବହୁତ ସମୟ ଚୁପ୍ ରହିଲି। କିନ୍ତୁ କେତେ ସମୟ ଚୁପ୍ ରହିପାରିବି? ସହନଶୀଳତାର ସୀମା ପାର ହୋଇଯାଇଥିଲା। କେହି ମୋ କଥା ଶୁଣି ନଥିଲେ। ମୁଁ ପ୍ରତିଦିନ ଶ୍ୱାସରୁଦ୍ଧ ହେଉଥିଲି। ମୁଁ ସାହସର ସହିତ ଏଠାକୁ ଆସିଛି। ମୁଁ ଜାଣେ ଯେ ପୋଲିସ ମୋ ସହିତ ନ୍ୟାୟ କରିବ।