ନୂଆଦିଲ୍ଲୀ: କ୍ଷମା ମାଗିଲେ ଏଲନ ମସ୍କ। କାରଣ ଗୁରୁବାର ଦିନ ବିଳମ୍ୱିତ ରାତିରେ ଠପ ହୋଇଯାଇଥିଲା ଏଲନ ମସ୍କଙ୍କ କମ୍ପାନୀ ଷ୍ଟାରଲିଙ୍କ ସାଟେଲାଇଟ୍ ବ୍ରଡବ୍ୟାଣ୍ଡର ସେବା।
ସେବା ବନ୍ଦ ହେବା ଯୋଗୁଁ ପାଖାପାଖି ୧୪୦ଟି ଦେଶର ଲକ୍ଷ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଥିଲେ। ଯଦିଓ ପାଖାପାଖି ଅଢ଼େଇ ଘଣ୍ଟା ପରେ ଇଣ୍ଟରନେଟ୍ ସେବା ପୁଣିଥରେ ସ୍ୱାଭାବିକ ହୋଇଥିଲା, କିନ୍ତୁ କମ୍ପାନୀର ମାଲିକ ଏଲନ ମସ୍କ ଏଥିପାଇଁ ଉପଭୋକ୍ତାମାନଙ୍କୁ କ୍ଷମା ମାଗିଛନ୍ତି।
ସୋସିଆଲ ମିଡ଼ିଆ ଏକ୍ସରେ କ୍ଷମା ପ୍ରାର୍ଥନା କରିବା ସହ ମସ୍କ କହିଛନ୍ତି ଏପରି ଭୁଲ ଆଗକୁ ଆଉ କେବେ ଯେପରି ନହେବ ତା ଉପରେ ଧ୍ୟାନ ଦେବୁ। ପୂର୍ବରୁ ମଧ୍ୟ ମସ୍କଙ୍କ ମୂଳ କମ୍ପାନୀ ସ୍ପେସଏକ୍ସ ଏହି ଇଣ୍ଟରନେଟ୍ ସମସ୍ୟା ପାଇଁ ଉପଭୋକ୍ତାମାନଙ୍କୁ କ୍ଷମା ମାଗିଛି।
Service will be restored shortly.
Sorry for the outage.
SpaceX will remedy root cause to ensure it doesn’t happen again. https://t.co/q1bsTVtMZ7
— Elon Musk (@elonmusk) July 24, 2025