HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି ବଳାତ୍କାର, ଗର୍ଭବତୀ ପରେ ଗର୍ଭପାତ ପାଇଁ ବାଧ୍ୟ!

HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି ଲଗାତାର ବଳାତ୍କାର କରାଯିବା ସହିତ କରାଯାଇଥିଲା ଗର୍ଭପାତ

ମହାରାଷ୍ଟ୍ର: HIV ସଂକ୍ରମିତ ନାବାଳିକାଙ୍କୁ 2 ବର୍ଷ ଧରି ଲଗାତାର ବଳାତ୍କାର କରାଯିବା ସହିତ କରାଯାଇଥିଲା ଗର୍ଭପାତ। ମହାରାଷ୍ଟ୍ରର ଲାଟୁରର ଜଣେ ଏଚଆଇଭି ସଂକ୍ରମିତ ୧୬ ବର୍ଷୀୟା ଝିଅଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କୁ ଦୁଇ ବର୍ଷ ଧରି ବଳାତ୍କାର କରାଯାଇଥିଲା ଏବଂ ଗର୍ଭପାତ କରିବାକୁ ବାଧ୍ୟ କରାଯାଇଥିଲା।

ଏହି ଘଟଣା ଏଚଆଇଭି ସଂକ୍ରମିତ ପିଲାମାନଙ୍କ ପାଇଁ ଏକ ଆଶ୍ରୟସ୍ଥଳ ସେବାଳୟରେ ଘଟିଥିଲା। ସେଠାରେ ୧୩ ଜୁଲାଇ ୨୦୨୩ ରୁ ଚଳିତ ବର୍ଷ ୨୩ ଜୁଲାଇ ମଧ୍ୟରେ ଜଣେ କର୍ମଚାରୀ ତାଙ୍କୁ ଚାରି ଥର ବଳାତ୍କାର କରିଥିଲେ।

ଅସୁସ୍ଥ ହେବା ପରେ ତାଙ୍କୁ ଏକ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଜଣାପଡିଥିଲା ଯେ, ସେ ଚାରି ମାସର ଗର୍ଭବତୀ। ତାପରେ ଅଭିଯୁକ୍ତ ଜଣକ ଡାକ୍ତରଙ୍କ ସାହାର୍ଯ୍ୟରେ ନାବାଳିକାଙ୍କୁ ନଜଣାଇ ଗର୍ଭପାତ କରିଦେଇଥିଲେ। ଏହି ଘଟଣା ବିଷୟରେ କାହାକୁ ନଜଣାଇବା ପାଇଁ ମଧ୍ୟ ତାଙ୍କୁ ଧମକ ଦିଆଯାଇଥିଲା।

ତା’ପରେ ଝିଅଟି ଅଧିକାରୀମାନଙ୍କୁ ଏକ ଚିଠି ଲେଖି ଏକ ଅଭିଯୋଗ ବାକ୍ସରେ ପକାଇ ଦେଇଥିଲା। ତଥାପି, ଅନୁଷ୍ଠାନର ପରିଚାଳନା ତାଙ୍କୁ ସାହାଯ୍ୟ କରିନଥିଲା ଏବଂ ଚିଠିଟିକୁ ଚିରି ଦେଇଥିଲା। କିନ୍ତୁ ଝିଅଟି ସାହସ ନ ହରାଇ ସୁଯୋଗ ପାଇ ସେଠାରୁ ଖସି ଥାନାରେ ସବୁ ଘଟଣା ବିସ୍ତୃତ ଭାବରେ କହିଥିଲା।

ତା ପରେ ପୋଲିସ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ସେବାଳୟର ପ୍ରତିଷ୍ଠାତା ରବି ବାପାଟଲେ, ଅଧୀକ୍ଷକ ରଚନା ବାପାଟଲେ ଏବଂ କର୍ମଚାରୀ ଅମିତ ମହାମୁନି ଏବଂ ପୂଜା ୱାଘମାରେ ଅଛନ୍ତି।