ଡାଇରେକ୍ଟରଙ୍କୁ ଜୋତା ପାହାର, କ୍ୟାମେରା ସାମ୍ନାରେ ଢୋ ଢା ବସାଇଲେ ଅଭିନେତ୍ରୀ

ଫିଲ୍ମ ହଲ୍ ବାହାରେ ହାଇଡ୍ରାମା କଲେ ଅଭିନେତ୍ରୀ।

ମୁମ୍ୱାଇ: ଡାଇରେକ୍ଟରଙ୍କୁ ଜୋତା ପାହାର। ଶହ ଶହ ଲୋକଙ୍କ ସାମ୍ନାରେ। ତା ପୁଣି କ୍ୟାମେରା ଆଗରେ; ଡାଇରେକ୍ଟରଙ୍କୁ ଜୋତାରେ ସେକିଦେଇଗଲେ ଅଭିନେତ୍ରୀ।

ଏକ ଥିଏଟରରେ ଫିଲ୍ମିର ସ୍କ୍ରିନିଂ ସମୟରେ ଚର୍ଚ୍ଚିତ ଅଭିନେତ୍ରୀ ରୁଚି ଗୁଜ୍ଜର ଫିଲ୍ମର ପ୍ରଯୋଜକ ଏବଂ ଅଭିନେତାଙ୍କୁ ଚପଲରେ ପିଟିଥିଲେ। ଫଳରେ ସିନେପଲିସରେ ହଙ୍ଗାମା ଦେଖିବାକୁ ମିଳିଥିଲା।

ଚପଲରେ ସେକିଲେ ଅଭିନେତ୍ରୀ:  ମୁମ୍ୱାଇର ଏକ ଥିଏଟରରେ  ‘ସୋ ଲଙ୍ଗ ଭ୍ୟାଲି’ର ସ୍କ୍ରିନିଂ ସମୟରେ ଏକ ଆଶ୍ଚର୍ଯ୍ୟକର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଯେତେବେଳେ କି ଚର୍ଚ୍ଚିତ ଅଭିନେତ୍ରୀ ରୁଚି ଗୁଜ୍ଜର ଫିଲ୍ମର ପ୍ରଯୋଜକ ଏବଂ ଅଭିନେତା ମାନ ସିଂହଙ୍କୁ ଚପଲରେ ପିଟିଥିଲେ। ଯାହା ଫଳରେ ସିନେପଲିସରେ ହଙ୍ଗାମା ହୋଇଥିଲା। ଯାହାର ଅନେକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଗୁରୁବାର ଦିନ ମୁମ୍ବାଇର ଏକ ଥିଏଟରରେ ସୋ ଲଙ୍ଗ ଭ୍ୟାଲିର ସ୍କ୍ରିନ ପ୍ଲେ ହେଉଥିଲା ଏବଂ ସେହି ସମୟରେ ରୁଚି ରାଗିଯାଇ ନିର୍ଦ୍ଦେଶକଙ୍କ ଉପରେ ବର୍ଷିଥିଲେ।

ଯୁକ୍ତିତର୍କ ସମୟରେ ରୁଚି ନିର୍ଦ୍ଦେଶକ ମାନ ସିଂହଙ୍କୁ ଚପଲରେ ପିଟିଥିଲେ। ଏହା ପରେ ସେ ଅନ୍ୟ ଅଭିନେତ୍ରୀଙ୍କ ସହ ମଧ୍ୟ ଯୁକ୍ତିତର୍କ କରୁଥିବା  ଦେଖିବାକୁ ମିଳିଥିଲା।

କାହିଁକି ହେଲା ଯୁକ୍ତିତର୍କ:  ଅଭିନେତ୍ରୀ ରୁଚିଙ୍କ କହିବା କଥା, କରଣ ସିଂହ ଚୌହାନ ଗତ ବର୍ଷ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ କହିଥିଲେ ଯେ ସେ ଏକ ହିନ୍ଦୀ ଟେଲିଭିଜନ ଧାରାବାହିକର ପ୍ରଯୋଜନା କରୁଛନ୍ତି ଯାହା ଖୁବ୍ ଶୀଘ୍ର ସୋନି ଟିଭିରେ ପ୍ରସାରିତ ହେବ।

ଆଉ ସେହି ଧାରାବାହିକରେ ସେ ମୋତେ ତାଙ୍କର ସହ-ପ୍ରଯୋଜକ ଭାବରେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ ଏବଂ ଏହି ପ୍ରୋଜେକ୍ଟର କିଛି ଡକ୍ୟୁମେଣ୍ଟ ମଧ୍ୟ ପଠାଇଥିଲେ।।

ଏହି ପ୍ରସ୍ତାବରେ ରୁଚି ରାଜି ହୋଇଥିଲେ। ଏବଂ ୨୦୨୩ ମସିହା ଜୁଲାଇ ରୁ ୨୦୨୪ ମସିହା ଜାନୁଆରୀ ମଧ୍ୟରେ ରୁଚି ତାଙ୍କ କମ୍ପାନୀ SR ଇଭେଣ୍ଟ ଆଣ୍ଡ ଏଣ୍ଟରଟେନମେଣ୍ଟରୁ KK ଷ୍ଟୁଡିଓର ଆକାଉଣ୍ଟକୁ ଟଙ୍କା ପଠାଇଥିଲେ।

କିନ୍ତୁ କରଣ ଯେଉଁ ପ୍ରୋଜେକ୍ଟ ନାଁରେ ଟଙ୍କା ନେଉଥିଲେ ସେ ପ୍ରୋଜେକ୍ଟ କେବେ ଆରମ୍ଭ ହେଲାନାହିଁ।  ବିଳମ୍ୱ ହେବାରୁ ରୁଚି କରଣଙ୍କ ସହ ଯୋଗାଯୋଗ କରିବାକୁ ଅନେକ ଚେଷ୍ଟା କରିଥିଲେ। କିନ୍ତୁ କରଣ ତାଙ୍କୁ ଇଗନୋର କରୁଥିଲେ।

ଟଙ୍କା ପାଇଁ ହାଇଡ୍ରାମା:  କେବଳ ସେତିକି ନୁହେଁ। ରୁଚି ଦାବି କରିଛନ୍ତି ଯେ, କରଣ ଯେଉଁ ଟଙ୍କା ନେଉଥିଲେ ସେ ଟଙ୍କା କୌଣସି ସିରିଏଲ ପାଇଁ ନୁହେଁ ବରଂ ‘ସୋ ଲଙ୍ଗ ଭ୍ୟାଲି’ ଫିଲ୍ମ ତିଆରିରେ ବ୍ୟବହାର କରାଯାଉଥିଲା।

ଆଉ ଯେତେବେଳେ ମୁଁ ତାଙ୍କୁ ମୋ ଟଙ୍କା ଫେରାଇବାକୁ କହିଲି ଓଲଟା କରଣ ମତେ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି ରୁଚି। ଏନେଇ ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ କରିଛନ୍ତି ରୁଚି।

ମୁମ୍ବାଇ ପୋଲିସ ୩୬ ବର୍ଷୀୟ କରଣ ସିଂହ ଚୌହାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (BNS)ର ଧାରା ୩୧୮(୪), ୩୫୨ ଏବଂ ୩୫୧(୨) ଅନୁଯାୟୀ ଅଭିନେତ୍ରୀ ରୁଚିଙ୍କୁ ୨୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଏକ FIR ରୁଜୁ କରିଛି।

ଏହା ସହିତ ରୁଚି ଯେଉଁ ଠକେଇ ନେଇ ଦାବି କରିଛନ୍ତି ତାର ବ୍ୟାଙ୍କ ରେକର୍ଡ ଏବଂ ଡକ୍ୟୁମେଣ୍ଟ ମଧ୍ୟ ଦାଖଲ କରିଛନ୍ତି। ଏହି ମାମଲାର ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଛି।