ଗୋଟିଏ ଘରେ ଥିଲେ ପ୍ରେମିକ, ପ୍ରେମିକର ଭାଇ ଏବଂ ପ୍ରେମିକା, ତା ପରେ ଯାହା ହେଲା…

ପ୍ରେମିକ ଓ ପ୍ରେମିକର ଭାଇ ସାଙ୍ଗେ ଗୋଟିଏ ଘରେ ରହୁଥିଲେ ପ୍ରେମିକା

ୱାଶିଂଟନ: ପ୍ରେମିକ ଓ ପ୍ରେମିକର ଭାଇ ସାଙ୍ଗେ ଗୋଟିଏ ଘରେ ରହୁଥିଲେ ପ୍ରେମିକା। ତା’ପରେ ଏମିତି କିଛି ହେଲା ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ଆମେରିକୀୟ ମହିଳାଙ୍କ ସହ ଘଟିଛି ଏହି ଘଟଣା। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ ମହିଳା ଜଣଙ୍କ ତାଙ୍କ ପ୍ରେମିକ ଏବଂ ପ୍ରେମିକଙ୍କ ଭାଇଙ୍କ ସହ ଗୋଟିଏ ଆପାର୍ଟମେଣ୍ଟରେ ରୁହନ୍ତି। ସେମାନେ ତିନିଜଣ ସମାନ ଭାବରେ ଭଡା ଏବଂ ବିଲ୍ ମଧ୍ୟ ବାଣ୍ଟିକି ଦିଅନ୍ତି। କିନ୍ତୁ ପ୍ରେମିକଙ୍କ ଭାଇ ସବୁବେଳେ ମହିଳା ଜଣଙ୍କ ଫ୍ରିଜରେ ରଖିଥିବା ଖାଦ୍ୟକୁ ଚୋରି କରି ନେଇଯାଆନ୍ତି। ଯେଉଁଥିପାଇଁ ତାଙ୍କ ଭିତରେ ଅନେକ ଥର ଝଗଡା ମଧ୍ୟ ହୋଇଛି ଏବଂ ସେ କ୍ଷମା ମଧ୍ୟ ମାଗିଛନ୍ତି।

ଥରେ ମହିଳା ଜଣଙ୍କ ଦିନ ସାରା ଅଫିସରେ କାମ ସାରି ଅସିଲାବେଳକୁ ଖାଇବା ପାଇଁ ଫ୍ରିଜ ଖୋଲି ଦେଖିଲେ ତ ଫ୍ରିଜରେ ଖାଦ୍ୟ ନାହିଁ, ଖାଲି ବକ୍ସଟି ଡଷ୍ଟବିନ୍‌ରେ ପଡିଛି। ତା ପରେ ମହିଳା ଜଣଙ୍କ ବିରକ୍ତ ହୋଇ ପ୍ରେମିକଙ୍କ ଭାଇ ସହିତ ଝଗଡା କରି ଫ୍ରୀଜକୁ ତାଲା ପକାଇ ବନ୍ଦ କରିଦେଲେ। ଯାହା ଯୁବକଙ୍କ ପ୍ରତି ଅପମାନଜନକ ଥିଲା।

ପରମୁହୂର୍ତ୍ତରେ କିନ୍ତୁ ମହିଳା ଜଣକ ଏହି କାମ ପାଇଁ ନିଜକୁ ଦୋଷୀ ବୋଲି ମାନିଥିଲେ ଏବଂ ଏହି ଘଟଣାକୁ ସୋସିଆଲ ମିଡିଆରେ ଛାଡିଥିଲେ। ଯାହାକୁ ଦେଖିଲା ପରେ ଅନେକ ଲୋକ ଅନେକ ମତାମତ ଦେଉଛନ୍ତି।