ଏଣିକି ପିଲାଙ୍କ ବହିରେ ରହିବ ‘ଅପରେସନ୍ ସିନ୍ଦୂର’ର କାହାଣୀ, ଛାତ୍ରଛାତ୍ରୀ ପଢ଼ିବେ ସେନାଙ୍କ ସାହାସର ଗାଥା

NCERT ପିଲାଙ୍କ ବହିରେ ଅପରେସନ୍ ସିନ୍ଦୂର କଥା ସ୍ଥାନ ଦେବ।

ଭୁବନେଶ୍ୱର:  ପିଲାଏ ପଢ଼ିବେ ସେନାଙ୍କ ସୌର୍ଯ୍ୟ ‘ଅପରେସନ୍ ସିନ୍ଦୂର’ର କାହାଣୀ। NCERT ପିଲାଙ୍କ ବହିରେ ଅପରେସନ୍ ସିନ୍ଦୂର କଥା ସ୍ଥାନ ଦେବ।  ଦୁଇଟି ମଡେଲ ଭାବରେ ଏହାକୁ ଲାଗୁ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ପ୍ରଥମ ମଡେଲ କ୍ଲାସ୍ ତୃତୀୟରୁ ଅଷ୍ଟମ ଅନ୍ୟଟି ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଲାଗୁ କରାଯିବ।  ୧୦ ପୃଷ୍ଠା ଭିତରେ ଭାରତୀୟ ସେନାର ସାହାସ ଏବଂ ଶକ୍ତି ସାମର୍ଥ୍ୟକୁ ଦର୍ଶାଯିବ।

ହେଲେ ଏହାର ବିଧିବଦ୍ଧ ସୂଚନା ଏବେଯାଏଁ NCERT ପକ୍ଷରୁ ଜାରି କରାଯାଇନାହିଁ।  ତେବେ ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ଜଣ ଭାରତୀୟଙ୍କର ଜୀବନ ଯାଇଥିଲା।  ଏହାପରେ ଆରମ୍ଭ ହୋଇଥିଲା ‘ଅପରେସନ୍ ସିନ୍ଦୂର’।

 

ପିଲାଏ ପଢ଼ିବେ ‘ଅପରେସନ୍ ସିନ୍ଦୂର’। ବହିରେ ଆସିବ ସେନାଙ୍କ ସୌର୍ଯ୍ୟ, ଅପରେସନ୍ ସିନ୍ଦୂରର କାହାଣୀ। NCERT ବହିରେ ଆସିବ ଅପରେସନ୍ ସିନ୍ଦୂର। ତୃତୀୟରୁ ଦ୍ୱାଦଶ ଶ୍ରେଣୀ ଯାଏଁ ବହିରେ ଆସିବ। ପ୍ରତମ ମଡେଲ କ୍ଲାସ୍ ତୃତୀୟରୁ ଅଷ୍ଟମ।