ବନ୍ୟା ପାଇଁ ଏହି 6 ଜିଲ୍ଲାର ସ୍ଥିତି ଅସମ୍ଭାଳ, ହଜାର-ହଜାର ଲୋକ ପ୍ରଭାବିତ

ଭୁବନେଶ୍ୱର: ରାଜ୍ୟର ୬ ଜିଲ୍ଲାରେ ବନ୍ୟା ସ୍ଥିତି। ବନ୍ୟାରେ ୧୧ ହଜାର ଲୋକ ପ୍ରଭାବିତ ହୋଇଥିବାବେଳେ ୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢୁଥିବାବେଳେ ଏହା ସଂକେତ ଉପରେ ରହିଛି।

ଭଦ୍ରକ ଓ ଯାଜପୁରରେ ବନ୍ୟା ସ୍ଥିତି ସୁଧୁରୁଥିବାବେଳେ ଭୋଗରାଇ ଅଂଚଳରେ ବନ୍ୟା ପାଣି ପଶିବାର ସମ୍ଭାବନା ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢୁଥିବା ହେତୁ ବାଲେଶ୍ବର ଜିଲ୍ଲା ପାଇଁ ଭୟ ବଢୁଛି ।

ସବୁ ଅଧିକାରୀଙ୍କୁ ବାଲେଶ୍ୱରକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂର୍ଯ୍ୟାସ୍ତ ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଏସଆରସି ।

ଉତ୍ତର ଓ ଉତ୍ତର ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ୧୧ ହଜାର ୧୬ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତ ଜିଲ୍ଲା ମୟୁରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି ।

୧୦୭୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ୯ ଟି ରିଲିଫ କେନ୍ଦ୍ର କରାଯାଇଛି। ବାଲେଶ୍ୱରରେ ୫ଟି ଓଡ୍ରାଫ ଟିମ, ୧ଟି ଏନଡିଆରଏଫ, ୨୬ଟି ଅତିରିକ୍ତ ଅଗ୍ନିଶମ, ମୟୁରଭଞ୍ଜରେ ୨ଟି ଓଡ୍ରାଫ, ୨୩ଟି ଅଗ୍ନିଶମ ଟିମ, ଭଦ୍ରକରେ ଗୋଟିଏ ଓଡ୍ରାଫ ୧ ଏବଂ ଗୋଟିଏ NDRF, ଏବଂ ୧୩ ଅଗ୍ନିଶମ ଟିମ ମୁତୟନ କରାଯାଇଛି ।

ଯାଜପୁରରେ ଗୋଟିଏ ଓଡ୍ରାଫ , ୧୪ ଟି ଅଗ୍ନିଶମ ଟିମ ମୁତୟନ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟ ପାଇଁ ୧୦୬ ନିୟୋଜିତ କରାଯାଇଛି। ଅତିରିକ୍ତ SRC, ଅଗ୍ନିଶମ ଅଧିକାରୀଙ୍କୁ ବାଲେଶ୍ୱର ପଠାଯାଇଛି । ଭଦ୍ରକ ଓ ଯାଜପୁରରେ ସ୍ଥିତି ସୁଧୁରୁଛି । ଯେଉଁଠି ପାଣି ଖସୁଛି, ସେଠି ପାଣି ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେପରି ଭାବେ ଜଳବାହିତ ରୋଗ ନ ହୁଏ ଏବଂ ସାପ କାମୁଡା ବଞ୍ଚିବା ପାଇଁ ଆଣ୍ଟି ସ୍ନେକ ଭେନମ ମହଜୁଦ ରଖାଯାଇଛି । ଯେତେ ଦିନ ଆବଶ୍ୟକ ପଡେ, ମାଗଣା ରନ୍ଧା ଖାଦ୍ୟ ଦିଆଯିବ । ସୁବର୍ଣ୍ଣରେଖା ବ୍ୟତୀତ ଅନ୍ୟ କୌଣସି ନଦୀରେ ବିପଦ ନଥିବା କହିଛନ୍ତି ଏସଆରସି ।