ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା, ନିପାତ ହେଲେ ୪ ମାଓବାଦୀ

ଛତିଶଗଡ଼: ଟଳିଲେ ୪ ମାଓବାଦୀ! ଏନକାଉଣ୍ଟରରେ ୪ ମାଓବାଦୀ ନିପାତ ହୋଇଥିବାବେଳେ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀକୁ ମିଳିଛି ଏକ ବଡ଼ ସଫଳତା।

ମାଓବାଦୀମାନଙ୍କ ସହିତ ଚାଲିଥିବା ଏନ୍‌କାଉଣ୍ଟରରେ ସୁରକ୍ଷାବାହିନୀ ଏପର୍ଯ୍ୟନ୍ତ ୪ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏସ୍‌ଏଲ୍‌ଆର୍‌ ଏବଂ ଇନ୍‌ସାସ୍‌ ଭଳି ବନ୍ଧୁକ ଜବତ ହୋଇଛି।

ଅଧିକାରୀମାନେ କହିଛନ୍ତି, ଜିଲାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀକୁ ମାଓବାଦୀ ବିରୋଧୀ ଅପରେଶନ ପାଇଁ ପଠାଯାଇଥିଲା।

ସେ କହିଛନ୍ତି, ଶନିବାର ସନ୍ଧ୍ୟାଠାରୁ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ମଝିରେ ମଝିରେ ଏନକାଉଣ୍ଟର ଚାଲିଛି।