ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ!

କୋରାପୁଟ: କୋରାପୁଟ ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। ଅପହରଣ ପରେ କରାଯାଇଥିଲା ଦୁଷ୍କର୍ମ। ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ।

ସେହିପରି ରାଉରକେଲା ବ୍ରାହ୍ମଣୀ ଥାନା ଅଞ୍ଚଳରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି। ଜଣେ ନାବାଳିକାଙ୍କୁ 3 ଜଣ ପୁରୁଷ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୋଗ ପରେବି ରାଜଗାଙ୍ଗପୁର ପୋଲିସ 3 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ରାଜ୍ୟରେ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା। ଏପରେ କୋରାପୁଟ ଟାଉନ ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିବାବେଳେ ସେପଟେ ରାଉରକେଲା ବ୍ରାହ୍ମଣୀ ଥାନା ଅଞ୍ଚଳରେ ମଧ୍ୟ ନାବାଳିକାଙ୍କୁ କରାଯାଇଛି ଗଣଦୁଷ୍କର୍ମ। ଏହି ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।