ଆଖିବୁଜା ଗୁଳିମାଡ଼; 5 ମୃତ

ୱାସିଂଟନ: ଆଖିବୁଜା ଗୁଳିମାଡରେ ଥରିଲା ଆମେରିକା। ନ୍ୟୁୟର୍କରେ ମିଡଟାଉନ ମାନହାଟନରେ ଫାୟାରିଂ ହୋଇଥିବାବେଳେ 5 ଜଣଙ୍କୁ ଗୁଳି କରି ନିର୍ମମ ହତ୍ୟା କରାଯାଇଛି।

ଏହି ଗୁଳିମାଡ଼ରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ମଧ୍ୟ ହୋଇଛି। କେବଳ ସେତିକି ନୁହେଁ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଆମେରିକାରେ ଆଖିବୁଜା ଗୁଳିମାଡ଼ ହେବା ଫଳରେ 5 ଜଣଙ୍କର ମୃତ୍ୟୁ ହୋଇଛି। ତା ସହିତ ଜଣେ ପୋଲିସ ଅଫିସର ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଯୁବକର ବି ମୃତ୍ୟୁ ହୋଇଥିବା ସୂଚନା ମିଳିଛି।