ଲିଭ-ଇନ୍ ପାର୍ଟନର ପ୍ରାଇଭେଟ ପାର୍ଟରେ ବିୟର ବୋତଲ ଭର୍ତ୍ତି କଲା ଡାକ୍ତର, ମାରପିଟ୍ ସହ ଜୀବନରୁ ମାରିଦେବାକୁ ଧମକ

ଲୁଧିୟାନାର ଜଣାଶୁଣା ଡାକ୍ତର ସୁମିତ ସୋଫତଙ୍କ ଉପରେ ତାଙ୍କ ପାର୍ଟନର ଏଭଳି ସଂଗୀନ ଅଭିଯୋଗ କରିଛନ୍ତି।

ପଞ୍ଜାବ: ନୃଶଂସତାର ସବୁ ସୀମା ପାର କଲା ଡାକ୍ତର। ଲିଭ ଇନ୍ ପାର୍ଟନରର ପ୍ରାଇଭେଟ ପାର୍ଟରେ ଭର୍ତ୍ତି କଲା ବିୟର ବୋତଲ। ଏହା ସହ ପାର୍ଟନରକୁ ମାଡ଼ ମାରିବା, ଦୁଷ୍କର୍ମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଲେ ଡାକ୍ତର ପାର୍ଟନର। ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି।

ପଞ୍ଜାବ ଲୁଧିୟାନାରେ ଘଟିଛି ଏହି ଘଟଣା। ଲୁଧିୟାନାର ଜଣାଶୁଣା ଡାକ୍ତର ସୁମିତ ସୋଫତଙ୍କ ଉପରେ ତାଙ୍କ ପାର୍ଟନର ଏଭଳି ସଂଗୀନ ଅଭିଯୋଗ କରିଛନ୍ତି।

ମହିଳା ଥାନା ଡିଭିଜନ ୮ରେ ଡାକ୍ତରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଘଟଣା ପରେ ଡାକ୍ତର ଫେରାର ଥିବା ପୋଲିସ ପକ୍ଷରୁ କୁହାଯାଇଛି। ଡାକ୍ତରକୁ ଖୋଜିବାରେ ଲାଗିଛନ୍ତି ପୋଲିସ ଟିମ୍‌।

ପୀଡ଼ିତା ଡାକ୍ତରଙ୍କୁ କହିଛନ୍ତି ୧୫ ବର୍ଷ ହେବ ସେ ଡାକ୍ତର ସୁମିତଙ୍କ ସହ ଲିଭ-ଇନ୍‌ରେ ରହୁଥିଲେ। ବିବାହର ପ୍ରତିଶ୍ରୁତି ଦେଇ ଡାକ୍ତର ତାଙ୍କ ସହ ଶାରେରୀକ ସମ୍ପର୍କ ରଖିଥିଲେ। ସମୁତି ସୋଫତ ଏବଂ ପୀଡ଼ିତା ମହିଳାଙ୍କ ଏକ ପୁଅ ଏବଂ ଝିଅ ମଧ୍ୟ ଅଛନ୍ତି।

ମହିଳା ଅଭିଯୋଗ କରିଛନ୍ତି ୬ ମାସ ହେବ ସୁମିତ ତାଙ୍କୁ ମାରପିଟ୍ କରୁଛନ୍ତି। ମହିଳା ଲିଭ-ଇନ୍ ରିଲେସନସିପ୍‌କୁ ଭାଙ୍ଗି ଡାକ୍ତରଙ୍କୁ ବିବାହ କରିବାକୁ ଚାହୁଁଥିଲେ। ହେଲେ ଡାକ୍ତର ଏହି କଥାକୁ ଏଡ଼ାଇ ଦେଉଥିଲେ।

ମହିଳା ପରେ ଜାଣିବାକୁ ପାଇଲେ ଡାକ୍ତର ଜଣେ ମହିଳା ଡାକ୍ତରଙ୍କୁ ପୂର୍ବରୁ ବିବାହ କରିଛନ୍ତି। ବିବାହ ପାଇଁ ମହିଳା ବାଧ୍ୟ କରିବାରୁ ସୁମିତ ମହିଳାଙ୍କ ସହ ଏଭଳି କାଣ୍ଡ ଘଟାଇଥିଲେ।