୧୧ ବର୍ଷର ନାବାଳିକା ଚିତ୍କାର ଶୁଣିଲାନି ଦାଦା, ଝିଆରୀକୁ ଝୁଣି ଖାଇଗଲା ଦାଦା… ଗାଁଲୋକ ଦେଖି ତାଜୁବ୍‌

ନାବାଳିକାର ଚିତ୍କାର ଶୁଣି ଗାଁଲୋକ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଦାଦାକୁ କାବୁ କରିଥିଲେ।

ବିହାର: ରକ୍ତ ସମ୍ପର୍କ ବି ଏଠି ପାପର ଦୃଷ୍ଟି। ଝିଆରୀକୁ ଦୁଷ୍କର୍ମ କରୁଛି ଦାଦା। ବିହାର ଭାଗଲପୁର ଜିଲ୍ଲାର ନାଥନଗର ଥାନା କ୍ଷେତ୍ର ଗାଁରେ ନାବାଳିକାକୁ ଦାଦା କରିଛି ଦୁଷ୍କର୍ମ।

ନାବାଳିକାର ଚିତ୍କାର ଶୁଣି ଗାଁଲୋକ ନାବାଳିକାଙ୍କୁ ଉଦ୍ଧାର କରି ଅଭିଯୁକ୍ତ ଦାଦାକୁ କାବୁ କରିଥିଲେ। ପରେ ଏନେଇ ପୋଲିସକୁ ଖବର ଦେଇଥିଲେ ଗାଁଲୋକ।

ଘଟଣାକୁ ନେଇ ନୀଡ଼ିତା ନାବାଳିକାଙ୍କ ବାପା ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ୧୧ ବର୍ଷର ନାବାଳିକା ପୀଡ଼ିତା ବଗିଚାକୁ ଫୁଲ ତୋଳିବାକୁ ଯାଇଥିଲେ। ଘଟଣା ସ୍ଥଳରେ ଅଭିଯୁକ୍ତ ଫୁଲ ତୋଳୁଥିଲା।

ନାବାଳିକା ଉପରେ ସେହି ସ୍ଥାନରେ ସମ୍ପର୍କୀୟ ଦାଦାର ଖରାପ ନଜର ପଡ଼ିଥିଲା। ସେଠାରେ ଝିଆରୀକୁ ଦୁଷ୍କର୍ମ କରିଥିଲା ଦାଦା।

ଯେତେ ଚିତ୍କାର କରି ନେହୁରା ହେଲେବି ଅଭିଯୁକ୍ତ ଦାଦା ନଛାଡ଼ି ନିଜର ଭୋକ ମେଣ୍ଟାଇଥିଲା। ଗାଁଲୋକଙ୍କ ଅଭିଯୋଗ ଅନୁସାରେ ଦେଢ଼ ବର୍ଷ ପୂର୍ବେ ଏହି ଅଭିଯୁକ୍ତ ଅନ୍ୟ ଏକ ନାବାଳିକା ସହ ଦୁଷ୍କର୍ମ କରିଥିଲା। ହେଳେ ଆଇନ ଅଭିଯୁକ୍ତକୁ ଶାସ୍ତି ଦେଇନଥିଲା।

ଘଟଣା ସଳରେ ପୋଲିସ ପହଞ୍ଚି ନାବାଳିକାଙ୍କୁ ମେଡିକାଲ ପଠାଇବା ସହ ଅଭିଯୁକ୍ତକୁ ବାନ୍ଧି ତଦନ୍ତ ଜାରି ରଖିଛି।