ଏକାସାଙ୍ଗରେ ଅନ୍ଧାର ହୋଇଗଲା ଭାରତର ଏହି ୭ ରାଜ୍ୟ, ୩୬ କୋଟି ଲୋକ ପ୍ରଭାବିତ!

କାହିଁକି ଅନ୍ଧାର ହେଲା ଏହିସବୁ ରାଜ୍ୟ?

ନୂଆଦିଲ୍ଲୀ: ଅନ୍ଧାର ହୋଇଗଲା ଏହିସବୁ ରାଜ୍ୟ। ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୭ଟି ରାଜ୍ୟ ହୋଇଗଲା କିଟିମିଟି ଅନ୍ଧାର। ଚାରିଆଡ ଖାଁ ଖାଁ। ବିଦ୍ୟୁତ୍ କାଟ୍ ହୋଇଯିବାରୁ ଚାରିଆଡ଼େ ମାଡିଆସିଲା ଘନ ଅନ୍ଧକାର। ଯେଉଁଥିରେ ପାଖାପାଖି ୩୬ କୋଟି ଲୋକ ପ୍ରଭାବିତ ହେଲେ।

ତେବେ ଏହି ଘଟଣାଟି ଏବେକାର ନୁହେଁ। ୨୦୧୨ ମସିହା ଜୁଲାଇ ମାସ ୩୦ ତାରିଖ। ଏହି ଦିନ ଭାରତର ୭ଟି ରାଜ୍ୟରେ ଏକକାଳୀନ ବିଦ୍ୟୁତ୍ କାଟ ହୋଇଥିଲା। ଏହି ବିଦ୍ୟୁତ୍ କାଟ ଯୋଗୁଁ ପ୍ରାୟ ୩୬ କୋଟି ଲୋକ ପ୍ରଭାବିତ ହୋଇଥିଲେ।

ବିଦ୍ୟୁତ୍ ବିନା ସବୁ କାମ ବନ୍ଦ: ଯଦି ଦେଖିବା ଏକବିଂଶ ଶତାବ୍ଦୀରେ, ବିଦ୍ୟୁତ୍ ମାନବ ସଭ୍ୟତାର ସବୁଠାରୁ ବଡ଼ ଆବଶ୍ୟକତା ମଧ୍ୟରୁ ଗୋଟିଏ ଏବଂ ବିଦ୍ୟୁତ୍ ବିନା ପ୍ରାୟ ସବୁ କାମ ବନ୍ଦ ଭଳି ମନେ ହୁଏ।

୨୦୨୫ ମସିହାରେ, ଏବେକା ଦିନରେ ଭାରତର ଅଧିକାଂଶ ରାଜ୍ୟରେ ବିଦ୍ୟୁତ୍ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି ଏବଂ ଭାରତ ଅନେକ ଦେଶକୁ ବିଦ୍ୟୁତ୍ ଯୋଗାଉଛି।

କିନ୍ତୁ ଆପଣ କ’ଣ ଜାଣନ୍ତି ଯେ, ଭାରତରେ ଏପରି ଗୋଟିଏ ଦିନ ଥିଲା ଯେତେବେଳେ ଏକାସାଙ୍ଗରେ ୭ଟି ରାଜ୍ୟରେ ବିଦ୍ୟୁତ୍ କାଟ ହୋଇଯାଇଥିଲା?

ଏକା ସାଙ୍ଗରେ ୭ ରାଜ୍ୟରେ ବିଦ୍ୟୁତ୍ କାଟ୍: ପ୍ରକୃତରେ, ୨୦୧୨ ମସିହା ଜୁଲାଇ ମାସ ୩୦ ତାରିଖ ଦିନ ୨.୩୦ ମିନିଟରେ ଭାରତର ୭ଟି ରାଜ୍ୟରେ ଏକକାଳୀନ ହଠାତ୍ କରେଣ୍ଟ କଟିଯାଇଥିଲା।

ବିଦ୍ୟୁତ୍ କାଟ ଏକ ବଡ଼ କଥା ନୁହେଁ କିନ୍ତୁ ଯଦି ଉତ୍ତର ଭାରତର ସାତଟି ରାଜ୍ୟରେ ଏକକାଳୀନ ବିଦ୍ୟୁତ୍ କାଟ ହୁଏ ତେବେ ଏହା ନିଶ୍ଚିତ ଭାବରେ ଏକ ବଡ଼ କଥା।

ଭାରତର ଯେଉଁ ୭ଟି ରାଜ୍ୟରେ ଏକକାଳୀନ ବିଦ୍ୟୁତ୍ କାଟ ହୋଇଥିଲା ସେଗୁଡ଼ିକ ହେଲା ଦିଲ୍ଲୀ, ଉତ୍ତର ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ହିମାଚଳ ପ୍ରଦେଶ।

ଏହି ବିଦ୍ୟୁତ୍ ବିଭ୍ରାଟ ନର୍ଦର୍ଣ୍ଣ ଗ୍ରୀଡ୍‌ରେ ତ୍ରୁଟି ଯୋଗୁଁ ହୋଇଥିଲା ଏବଂ ପ୍ରାୟ ୩୬ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହୋଇଥିଲେ।

ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ଅନେକ ଟ୍ରେନକୁ ମଝି ରାସ୍ତାରେ ଅଟକିବାକୁ ପଡିଲା। ଆଉ ବିଦ୍ୟୁତ୍ ଏବେକା ଦିନରେ କେତେ ଜରୁରୀ ସେହି ସମୟରେ ସମସ୍ତେ ଅନୁଭବ କରିଥିଲେ।