ଜମ୍ମୁକାଶ୍ମୀର: ସ୍ଥଗିତ ହେଲା ବହୁ ପ୍ରସିଦ୍ଧ ଅମରନାଥ ଯାତ୍ରା। ଯାହାକୁ ନେଇ ଭକ୍ତଙ୍କ ମନରେ ଅନେକ ଦ୍ୱନ୍ଦ୍ୱ। ପୁଣି କେବେଠାରୁ ଆରମ୍ଭ ହେବ ଅମରନାଥ ଯାତ୍ରା? କାହିଁକି ବନ୍ଦ ହେଲା ଯାତ୍ରା? ଏମିତି ଅନେକ କିଛି।
ତେବେ ପ୍ରକୃତ କଥା ହେଉଛି କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ କର୍ତ୍ତୃପକ୍ଷ ବୁଧବାର ପହଲଗମା ଏବଂ ବାଲତାଲ ଉଭୟ ରୁଟରେ ଅମରନାଥ ଯାତ୍ରାକୁ ସ୍ଥଗିତ ରଖିଛନ୍ତି।
ଖରାପ ପାଗ ଯୋଗୁଁ ଗୁରୁବାର ଦିନ ଜମ୍ମୁରେ ଯାତ୍ରା ସ୍ଥଗିତ ରହିବ। ଜମ୍ମୁ ଏବଂ କାଶ୍ମୀରର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ଏକ ‘ପୋଷ୍ଟ’ ସେୟାର କରି ସୂଚନା ଦେଇଛି।
ଏଥିରେ ଲେଖାଯାଇଛି ଯେ ପହଲଗାମ ଏବଂ ବାଲତାଲ ଉଭୟ ବେସ୍ କ୍ୟାମ୍ପରୁ ଶ୍ରୀ ଅମରନାଥଜୀ ଯାତ୍ରାକୁ ୩୦ ଜୁଲାଇ ୨୦୨୫ ବୁଧବାର ଠାରୁ ସ୍ଥଗିତ ରଖାଯାଇଛି।
କାଶ୍ମୀରର ଡିଭିଜନାଲ କମିଶନର ବିଜୟ କୁମାର ବିଧୁରୀ କହିଛନ୍ତି ଯେ ବୁଧବାର ସକାଳ ଠାରୁ ପ୍ରବଳ ବର୍ଷା ଯୋଗୁଁ ବାଲତାଲ ଏବଂ ନନୱାନ ବେସ୍ କ୍ୟାମ୍ପରୁ ଯାତ୍ରାକୁ ଅନୁମତି ଦିଆଯାଇ ନାହିଁ।