ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ, କୋଟିଏରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ମିଳିବ 5 ହଜାର

୯ ତାରିଖରେ ଆସିବ ସୁଭଦ୍ରାର ତୃତୀୟ କିସ୍ତି ।

ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏଥର ଜୟପୁରରୁ ସୁଭଦ୍ରା କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏଥର ଜୟପୁରରୁ ସୁଭଦ୍ରା- ଆସନ୍ତା 9 ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ଜୟପୁରରୁ ସୁଭଦ୍ରା ତୃତୀୟ କିସ୍ତି ଟଙ୍କା ବଣ୍ଟାଯିବ । କୋଟିଏରୁ ଉର୍ଦ୍ଧ୍ବ ହିତାଧିକାରୀ ଏକକାଳୀନ ପାଇବେ ସୁଭଦ୍ରା ଟଙ୍କା ।

ଲୋକଙ୍କ ଫିଡବ୍ୟାକ ଉପରେ ଗୁରୁତ୍ବ ଦେଉଛନ୍ତି ସରକାର । ସୁଭଦ୍ରା ଅର୍ଥ କିପରି ବ୍ୟବହାର ହେଉଛି ମତାମତ ନେବାକୁ ଷ୍ଟିଅରିଂ କମିଟିରେ ନିଷ୍ପତ୍ତି ହୋଇଛି । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ସେଥିପାଇଁ ସର୍ଭେ କରାଯାଉଥିବା ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ସାମିଲ ହେବେ ସୁଭଦ୍ରା ହିତାଧିକାରୀ- ତେବେ ଆହୁରି ମଧ୍ୟ ସୁଭଦ୍ରା ହିତାଧିକାରୀଙ୍କୁ ସୁଯୋଗ ଦିଆଯିବ । 21 ବର୍ଷ ହେବା ପରେ ନୂଆ ସାମିଲ ହେବେ । ଏନେଇ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅତିରିକ୍ତ ସୂଚନା ଦେଇଛନ୍ତି ।

ଅଗଷ୍ଟ ୯ ତାରିଖରେ ୧କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ । ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି । ବର୍ତ୍ତମାନ ତୃତୀୟ କିସ୍ତି ପରେ 15 ହଜାର ଟଙ୍କା ପାଇବେ ହିତାଧିକାରୀ ।