ଯୌତୁକ ପାଇଁ ମାଡ଼, ତୁ ଟଙ୍କା ଆଣେ, ନହେଲେ କରେଣ୍ଟ ଦେଇ ମାରିଦେବି…

ମହିଳାଙ୍କୁ ଯୌତୁକ ପାଇଁ ପ୍ରତିଦିନ ମାଡ଼ ଏବଂ ଘରୋଇ ହିଂସା ସହିବାକୁ ପଡ଼ୁଥିଲା।

ଉତ୍ତରପ୍ରଦେଶ: ସାତ ଜନ୍ମର ଜୀବନ ସାଥୀ କରି ବେଦୀରେ ବିବାହ କରି ନାନା ପ୍ରତିଜ୍ଞା କରି ସ୍ୱାମୀ ସ୍ତ୍ରୀକୁ ଶାଶୁ ଘର ଆଣେ। କିନ୍ତୁ ଆଜି ମଧ୍ୟ ଅନେକ ଶଶୁର ଘର ଲୋକ ଯୌତୁକ ପାଇଁ ବୋହୂକୁ ନିର୍ଯାତନା ଦେଉଛନ୍ତି।

କେବଳ ଏତିକି ନୁହେଁ, ଯୌତୁକ ଦାବି ପୂରଣ ନହେଲେ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାଁନ୍ତି। ଉତ୍ତରପ୍ରଦେଶ ଗାଜିପୁରର ନନ୍ଦଗଞ୍ଜ ଥାନା ଅଞ୍ଚଳରେ ସମାନ ଏକ ମାମଲା ସାମ୍ନାକୁ ଆସିଛି।

ଯେଉଁଠାରେ ଜଣେ ବିବାହିତ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ବାରମ୍ବାର ହଇରାଣ କରନ୍ତି।

ଏ ସମ୍ପର୍କରେ ପରିବାର ପରାମର୍ଶ କେନ୍ଦ୍ରରେ ଏକ ସମାଧାନ ହୋଇଥିଲା, ଯାହା ପରେ ମହିଳା ମାମଲା ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ଗୋଟିଏ ଦିନ ପରେ ସ୍ୱାମୀ ପୁଣି ଯୌତୁକ ଦାବି କରିବାକୁ ଲାଗିଲେ।

ଏହା ସହ ଧମକ ଦେଲେ ଯଦି ଯୌତୁକ ନଆଣନ୍ତି ତେବେ ସେ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିବେ। ମହିଳା ଜଣଙ୍କ ଜାଣିପାରିଲେ ତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି।

ଏହା ପରେ, ସେ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇ ତାଙ୍କ ବାପ ଘରକୁ ପଳାଇ ଆସିଥିଲେ। ପରେ ମହିଳା ପୁଣି ଥରେ ପୋଲିସରେ ଅଭିଯୋଗ କରିଥିଲେ, ଯାହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ୱାମୀ ଏବଂ ପରିବାରର ଅନେକ ସଦସ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା।

କ’ଣ ରହିଛିି ପୁରା ମାମଲା: ଏହି ମାମଲା ନନ୍ଦଗଞ୍ଜ ଥାନା ଅଞ୍ଚଳର ମୁଦର୍ଭ ଗାଁରେ ରହୁଥିଲେ ଜଣେ ବିବାହିତ ମହିଳା। ଯିଏ ଜୁନ୍ ୨୦୧୫ରେ ବାରାଣସୀର ବାସିନ୍ଦା ଆଶିଷ ଚୌହାନଙ୍କୁ ବିବାହ କରିଥିଲେ। ଏହି ବିବାହ ପରେ ସେମାନଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲା।

କିନ୍ତୁ ଏହି ସମୟ ମଧ୍ୟରେ ବିବାହିତ ମହିଳାଙ୍କୁ ଯୌତୁକ ପାଇଁ ପ୍ରତିଦିନ ମାଡ଼ ମାରୁଥିଲେ ଏବଂ ଘରୋଇ ହିଂସା ସହିବାକୁ ପଡ଼ୁଥିଲା।

ଏ ସମ୍ପର୍କରେ ବିବାହିତ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନାର ମାମଲା ଦାୟର କରିଥିଲେ। ପରେ ବୁଝାମଣା ହୋଇଥିଲା ମହିଳା ମାମଲା ପ୍ରତ୍ୟାହାର କରିନେଇଥିଲେ। କିନ୍ତୁ ତାଙ୍କ ସ୍ୱାମୀଙ୍କ ସ୍ୱାଭାବରେ କୌଣସି ଉନ୍ନତି ଆସିନଥିଲା। ସେ ତାଙ୍କ ସ୍ତ୍ରୀକୁ ଜୀବନରୁ ମାରିଦେବାକୁ ଚେଷ୍ଟା କରୁଥିଲେ।

ଯୌତୁକ ପାଇଁ ନିର୍ଯାତନା: ଏହି ସମୟ ମଧ୍ୟରେ, ବିବାହିତ ମହିଳାଙ୍କ ବାପା, ମାଆ ସେମାନଙ୍କ ଝିଅର ଅପମାନ ଦେଖି ତାଙ୍କ ସ୍ୱାମୀଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଥିଲେ।
ହେଲେ ଲୋଭ ସ୍ୱାମୀର କମି ନଥିଲା। ପୁଣି ୫୦ ହଜାର ଟଙ୍କା ଦାବି କରିଥିଲା ଅଭିଯୁକ୍ତ ସ୍ୱାମୀ। ଯେତେବେଳେ ସ୍ୱାମୀର ଦାବି ପୂରଣ ହେଉନଥିଲା, ସେ ମହିଳାଙ୍କୁ ମାଡ଼ ମାରୁଥିଲେ।

ମାଡ଼ ଖାଇ ମହିଳା ଅନେକ ଥର ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ, ତାଙ୍କର ଚିକିତ୍ସା କରିବା ପରିବର୍ତ୍ତେ, ଶଶୁର ଘର ଲୋକେ ତାଙ୍କୁ ବିଦ୍ୟୁତ୍ ଆଘାତ ଦେଇ ହତ୍ୟା କରିବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ।ଏହା ଜାଣିବା ମାତ୍ରେ ସେ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇ ତାଙ୍କ ବାପ ଘରକୁ ଆସିଥିଲେ।

ଶଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ: ଏହା ପରେ, ମହିଳା ଏବଂ ତାଙ୍କ ବାପ ଘର ପରିବାର ସଦସ୍ୟମାନେ ତାଙ୍କ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ସମେତ ଚାରି ଜଣଙ୍କ ବିରୁଦ୍ଧରେ ଗାଜିପୁର ପୋଲିସ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ।

ଏହି ଅଭିଯୋଗ ପତ୍ରରେ ମହିଳା ଜଣକ ତାଙ୍କ ସ୍ୱାମୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଯୌତୁକ ଦାବି କରିବା ଏବଂ ତାଙ୍କୁ ଆକ୍ରମଣ କରିବାର ଅଭିଯୋଗ ଆଣିଥିଲେ।

ଏହା ପରେ, ପୋଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ, ନନ୍ଦଗଞ୍ଜ ପୋଲିସ ଯୌତୁକ ନିର୍ଯାତନା ସମେତ ବିଭିନ୍ନ ମାମଲାରେ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।