ରାତିରେ ଘରେ ପଶିଲେ, ନାତୁଣୀର ଲୁଟିନେଲେ ଇଜ୍ଜତ… ବିରୋଧ କରିବାରୁ ତଣ୍ଟି ଚିପି ଜେଜେମା’କୁ ହତ୍ୟା
ଜବଲପୁର ପୋଲିସ ୭୦ ବର୍ଷିୟ ବୃଦ୍ଧା ମହିଳାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ।
ମଧ୍ୟପ୍ରଦେଶ: ମୁଁ ତତେ ଦ୍ୱିତୀୟ ବିବାହ ହେବି । ଯୁବତୀ ରାଜି ନହେବାରୁ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ । ବିରୋଧ କରିବାକୁ ଯାଇ ଜେଜେମା’କୁ ହତ୍ୟା କଲା । ନାତୁଣୀର ଇଜ୍ଜତ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେମା ଜୀବନ ।
ମଧ୍ୟପ୍ରଦେଶ ଜବଲପୁର ପୋଲିସ ୭୦ ବର୍ଷିୟ ବୃଦ୍ଧା ମହିଳାଙ୍କ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି । ପୋଲିସ ପକ୍ଷରୁ କୁହାଯାଇଛି ଅଭିଯୁକ୍ତ ପ୍ରତୀକ ରାତିରେ ଜୋରଜବରଦସ୍ତ ଘରେ ପଶି ଘରେ ଥିବା ବୃଦ୍ଧାଙ୍କ ନାତୁଣୀକୁ ଦୁଷ୍କର୍ମ କରିଥିଲେ ।
ପୀଡ଼ିତାଙ୍କ ପାଟି ଶୁଣି ଜେଜେମା ଅଟକାଇବାକୁ ଚେଷ୍ଟା କରିବାରୁ ପ୍ରଥମେ ଅଭିଯୁକ୍ତମାନେ ବୃଦ୍ଧାଙ୍କୁ ନୃଶଂସ ପରି ପିଟିଥିଲା ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ଖାଲି ସେତିକି ନୁହେଁ ପୀଡ଼ିତାଙ୍କ ଭଉଣୀ ଉଠିଯିବାରୁ ତାଙ୍କ ଗୋଡ଼, ହାତ ବାନ୍ଧି ଦେଇ ନିଶା ଦେଇ ଶୁଆଇ ଦେଇଥିଲା ଅଭିଯୁକ୍ତ ।
ପୋଲିସ ପକ୍ଷରୁ କୁହାଯାଇଛି କୋତେବାଲା ଥାନା କ୍ଷିତ୍ରୀ ମହଲର ଜୟପ୍ରକାଶ ନାରାୟଣ ବୋର୍ଡରେ ରହୁଥିବା ୭୦ ବର୍ଷିୟ ବୟସ୍କ ମହିଳାଙ୍କ ହତ୍ୟା କରାଯାଇଛି । ହତ୍ୟା ସମ୍ପର୍କରେ ପୋଲିସ ପାଖରେ ଖବର ପହଞ୍ଚିବା ପରେ ଘଟଣା ସ୍ଥଳରେ ଫରେନସିକ୍ ଟିମ୍ ସହ ପହଞ୍ଚିଥିଲା ପୋଲିସ ।
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ବୃଦ୍ଧାଙ୍କ ପାଖରେ ଶୋଇଥିବା ନାତୁଣୀଙ୍କୁ ପଚରାଉଚରା କରିଥିଲା ପୋଲିସ । ପରେ ପନାଗାରରୁ ଅଭିଯୁକ୍ତ ପ୍ରତୀକକୁ ଗିରଫ କରିଥିଲା ପୋଲିସ ।
ପ୍ରତୀକ ବିବାହିତ ହୋଇ ବି ବୃଦ୍ଧାଙ୍କ ନାତୁଣୀଙ୍କୁ ବିବାହ କରିବାକୁ ଚାହୁଁଥିଲା । ନାତୁଣୀଙ୍କ ପରିବାର ବିବାହ ପାଇଁ ମନା କରିବାରୁ ଏଭଳି କାଣ୍ଡ ରଚିଥିଲା ଅଭିଯୁକ୍ତ ପ୍ରତୀକ । ରାତିରେ ଜୋରଜବରଦସ୍ତି ଘରେ ପଶି ବଳାତ୍କାର କରିବା ସହ ବିରୋଧ କରିବାକୁ ଯାଇଥିବା ଜେଜେମାକୁ କରିଥିଲା ହତ୍ୟା ।