Big Breaking: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ଦେଶକୁ କେବେ ମିଳିବ Vice President ଜାଣନ୍ତୁ
ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ।
ନୂଆଦିଲ୍ଲୀ : ନିର୍ବାଚନ କମିଶନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ପ୍ରକାଶ କରିଛନ୍ତି । ସେପ୍ଟେମ୍ବର ୯ ତାରିଖରେ ହେବ ଉପରାଷ୍ଟ୍ରପତି ନିର୍ବାଚନ । ପ୍ରକାଶଥାଉକି, ଜଗଦୀପ ଧନଖଡ଼ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ 21 ଜୁଲାଇରେ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଖାଲି ରହିଛି ପଦବୀ ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ
ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଅଗଷ୍ଟ ୨୧ ନାମାଙ୍କନର ଶେଷ ତାରିଖ ରହିଥିବା ବେଳେ ଅଗଷ୍ଟ ୨୫ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷଦିନ ରହିଛି ।
ଏହାପରେ ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ ହେବ । ସେପ୍ଟେମ୍ବର ୯ରେ ସକାଳ ୧୦ରୁ ସଂଧ୍ୟା ୫ ଯାଏଁ ଭୋଟ୍ ଗ୍ରହଣ ହେବ ।
କେତେ ଜଣ ଭୋଟ ଦେବେ- ଭାରତୀୟ ସମ୍ବିଧାନର ଧାରା 66 ଅନୁଯାୟୀ, ସଂସଦର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଗଠିତ ଏକ ନିର୍ବାଚକ ମଣ୍ଡଳ ଦ୍ୱାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି । ଏହା 17ତମ ଉପରାଷ୍ଟ୍ରପତି ନିର୍ବାଚନ ।
ରାଜ୍ୟସଭାର 233 ନିର୍ବାଚିତ ସଦସ୍ୟ (ବର୍ତ୍ତମାନ 05 ଆସନ ଖାଲି ଅଛି)
ରାଜ୍ୟସଭାର 12 ମନୋନୀତ ସଦସ୍ୟ
ଲୋକସଭାର 543 ନିର୍ବାଚିତ ସଦସ୍ୟ (ବର୍ତ୍ତମାନ 01 ଆସନ ଖାଲି ଅଛି)
ନିର୍ବାଚନ କମିଶନ କହିଛନ୍ତି ଯେ ନିର୍ବାଚକ ମଣ୍ଡଳରେ ସଂସଦର ଉଭୟ ଗୃହର ମୋଟ 788 ସଦସ୍ୟ (ବର୍ତ୍ତମାନ 782 ସଦସ୍ୟ) ଥାଆନ୍ତି । ଯେହେତୁ ସମସ୍ତ ଭୋଟର ସଂସଦର ଉଭୟ ଗୃହର ସଦସ୍ୟ, ତେଣୁ ସଂସଦର ପ୍ରତ୍ୟେକ ସଦସ୍ୟଙ୍କ ଭୋଟର ମୂଲ୍ୟ ସମାନ ହେବ ଅର୍ଥାତ୍ 1 (ଗୋଟିଏ)।