(Video) ବାଟରେ ସରିଗଲା ଗାଡ଼ିରୁ ତେଲ, ବୁକ୍ କଲେ ରାପିଡୋ, ଆଉ ତାପରେ ଯାହା ହେଲା…

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ମାନବିକତାର ପରିଚୟ ଦେଇଛି।

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ରାପିଡୋ ବାଇକ୍ କିମ୍ବା କାର ବୁକ୍ କରିବା ପରେ ସେଥିରେ ବସି ନିଜ ସ୍ଥାନକୁ ଯାଆନ୍ତି। କିନ୍ତୁ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯାହା ମାନବିକତାର ପରିଚୟ ଦେଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ପ୍ରଥମେ ଏକ ରାପିଡୋ ବୁକ୍ କରନ୍ତି ଏବଂ ରାପିଡୋ ପହଞ୍ଚିବା ପରେ ଏପରି ଏକ କାମ କରିବାକୁ କୁହନ୍ତି, ଯାହା ରାପିଡୋ ଆରୋହୀ ନିଜେ କେବେ ଭାବି ନଥିବେ।

ରାପିଡୋରେ ବସିବା ପରିବର୍ତ୍ତେ, ବ୍ୟକ୍ତି ଆରୋହୀଙ୍କୁ ଏପରି କିଛି କରିବାକୁ କୁହନ୍ତି, ଯାହାକୁ ସେ ଚାହିଁଲେ ବି ମଧ୍ୟ ମନା କରିପାରି ନଥିଲେ।

ବାସ୍ତବରେ ବ୍ୟକ୍ତିଙ୍କ ବୁଲେଟ୍ ପେଟ୍ରୋଲ ସରିଯାଇଥିଲା। ରାତି ସମୟକୁ କୌଣସି ସୁବିଧା କରିପାରିନଥିଲେ। ତେଣୁ ସେ ରାପିଡୋ ବୁକ୍ କରିଥିଲେ। ଆଉ ରାପିଡୋ ତାଙ୍କ ପାଖରେ ପହଞ୍ଚିବା ପରେ ଡ୍ରାଇଭରଙ୍କୁ ତାଙ୍କ ବୁଲେଟ୍ ଠେଲିବାକୁ କୁହନ୍ତି।

ପ୍ରଥମେ, ରାପିଡୋ ଡ୍ରାଇଭର ଏହା କରିବାକୁ ମନା କରନ୍ତି ଏବଂ କୁହନ୍ତି ଯେ ସେ ତାଙ୍କ ବାଇକ୍ ଏବେ ମରାମତି ହୋଇଛି। କିନ୍ତୁ, ପରେ ବ୍ୟକ୍ତିଙ୍କ ଅସହାୟତା ଦେଖି ସେ ବୁଲେଟ ଆରୋହୀଙ୍କ କଥାରେ ରାଜି ହୋଇ ଯାଆନ୍ତି।

ଭାଇରାଲ୍ ଭିଡିଓରେ, ଆପଣ ଦେଖିପାରିବେ ଯେ ରାପିଡୋ ଡ୍ରାଇଭର ଆସି ଗ୍ରାହକଙ୍କୁ ପଚାରନ୍ତି, ଭାଇ ଆପଣ କ’ଣ ରାପିଡୋ ବୁକ୍ କରିଛନ୍ତି? ତେଣୁ ଏହାର ଉତ୍ତରରେ, ବ୍ୟକ୍ତି କହୁଛନ୍ତି ଯେ ବୁଲେଟରୁ ତେଲ ସରିଯାଇଛି।

 

View this post on Instagram

 

A post shared by Shubham Parmar (@shubham.parmarvlogs)

ତା’ପରେ ରାପିଡୋ ଡ୍ରାଇଭର ପଚାରିଲେ ଯେ ତୁମେ ମୋ ସହିତ ଆସିବ କି ନାହିଁ, ତା’ପରେ ବ୍ୟକ୍ତି ଜଣକ କହିଲେ ନା, କେବଳ ଏହାକୁ ପେଟ୍ରୋଲ ଟାଙ୍ଗି ପର୍ଯ୍ୟନ୍ତ ଟାଣି ନିଅ। ପ୍ରଥମେ ରାଜି ହେଉନଥିବା ରାପିଡୋ ଡ୍ରାଇଭର, ବୁଲେଟ ଆରୋହୀଙ୍କୁ ବ୍ୟସ୍ତ ହେଉଥିବା ଦେଖି ରାଜି ହୋଇଯାଇଥିଲେ।

ରାପିଡୋ ଡ୍ରାଇଭର ବୁଲେଟକୁ ପଛରୁ ଠେଲି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ନେଇଯାଇଥିଲା। ଯେଉଁଠାରେ ଗ୍ରାହକ ତାଙ୍କୁ ଟଙ୍କା ଦେଇ ପେଟ୍ରୋଲ ଭର୍ତ୍ତି କରିବାକୁ ଯାଇଥିଲେ। କ୍ଲିପର ଶେଷରେ, ବାଇକ ଚାଳକ ଲୋକଙ୍କୁ ପରାମର୍ଶ ଦିଅନ୍ତି ଯେ ଯଦି କେହି ଅସୁବିଧାରେ ପଡ଼ିଛନ୍ତି, ତେବେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ।

ଗୁଡ଼ଗାଓଁର ଏହି ଘଟଣାକୁ ୟୁଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୮୦ ଲକ୍ଷରୁ ଅଧିକ ଥର ଦେଖାଯାଇଛି ଏବଂ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଛନ୍ତି। ଏହି ଭିଡିଓର ସବଟାଇଟଲରେ, ରାପିଡୋ ରାଇଡର ଲେଖିଛନ୍ତି ଯେ ‘ଭାଇ ରାପିଡୋ ବୁକ୍ କଲେ ଏବଂ ବୁଲେଟକୁ ଠେଲି ବାକୁ କହିଲେ।