ଆଶ୍ଚର୍ଯ୍ୟ! ଚାକିରିଆଙ୍କ ଠାରୁ ବି ଭଲ ଦରମା, ୩୦ ମିନିଟ୍ କାମ କର ୧୮ ହଜାର ଟଙ୍କା ନିଅ

ଜଣେ ଓକିଲ ତାଙ୍କ ରୋଷେୟାଙ୍କ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ମୁମ୍ବାଇ: ମାୟାନଗରୀ ମୁମ୍ବାଇ। ଏଠି ନିଜର ସ୍ୱପ୍ନ ପୁରଣ ପାଇଁ ଅନେକ ଲୋକ ଅନେକ ଆଶା ନେଇ ଆସିଥାନ୍ତି। କିଏ ଚାକିରି ଆଶା ତ କିଏ ବଡ଼ ପରଦାରେ ଅଭିନୟ କରିବାର ଆଶା। ହେଲେ ଏଠି ଏମିତି କିଛି କାମ ଅଛି ଯାହାକୁ ଆପଣ ୩୦ ମିନିଟ ସମୟ ଦେଇ ମାସକୁ ୧୮ ହଜାର ଟଙ୍କା ପାଇପାରିବେ। କଥାଟା ଟିକେ୍ ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇବ।

ହେଲେ ଜଣେ ମୁମ୍ବାଇର ଆଇନଜୀବି ମହିଳା ଏନେଇ ଟ୍ୱିଟ କରି କହିଛନ୍ତି।ମୁମ୍ବାଇର ଜଣେ ଓକିଲ ତାଙ୍କ ରୋଷେୟାଙ୍କ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ମହିଳା ଜଣକ ଦାବି କରିଛନ୍ତି ଯେ ରୋଷେୟା ପ୍ରତିଦିନ ୩୦ ମିନିଟ୍ ସେବା ପାଇଁ ପ୍ରତି ମାସରେ ୧୮,୦୦୦ ଟଙ୍କା ନିଅନ୍ତି।

ସେ କହିଛନ୍ତି ଯେ ‘ମହାରାଜ’ ପ୍ରତି ମାସରେ ସମାନ ପରିସରରେ ୧୦-୧୨ ଘରେ କାମ କରନ୍ତି, ଯାହା ପାଇଁ ତାଙ୍କୁ ଯାତାୟାତରେ ସମୟ ବଞ୍ଚେ। ଏବଂ ସେମାନଙ୍କର ଆୟ ସ୍ଥିର ରଖେ।
ଆୟୁଷୀ ଦୋଷୀ କହିଛନ୍ତି ଯେ ଯଦିଓ ତାଙ୍କର ଦେୟ ଟିକେ ଅବିଶ୍ୱସନୀୟ ମନେହୁଏ, କିନ୍ତୁ ସେ ଏଥିପାଇଁ ଯୋଗ୍ୟ, କାହିଁକି ନା ସେ ତାଙ୍କ କାମରେ ମାହିର।

ସେ ଟ୍ୱିଟ୍ କରିଛନ୍ତି, “ମୋର ମହାରାଜ (ରୋଷେୟା) ପ୍ରତି ଘର ପାଇଁ ୧୮,୦୦୦ ଟଙ୍କା ନିଅନ୍ତି। ପ୍ରତି ଘର ପାଇଁ ସର୍ବାଧିକ ୩୦ ମିନିଟ୍‌। ପ୍ରତିଦିନ ୧୦-୧୨ ଘର। ସବୁଠି ମାଗଣା ଖାଦ୍ୟ ଏବଂ ମାଗଣା ଚା। ସମୟ ଅନୁସାରେ ଦରମା ପାଆନ୍ତୁ କିମ୍ବା ବିଦାୟ ନ କହି ଚାଲିଯାଆନ୍ତୁ।” ଜଣେ କୁଶଳୀ ଶ୍ରମିକଙ୍କ ଜୀବନକୁ ଜଣେ କର୍ପୋରେଟ୍ କର୍ମଚାରୀଙ୍କ ଜୀବନ ସହିତ ତୁଳନା କରିଛନ୍ତି।

ସେ ପୋଷ୍ଟ କଲେ, “ମୁମ୍ବାଇବାସୀ, ମୋର କଥାକୁ ଗ୍ରହଣ କରନ୍ତୁ! ଭଲ ରୋଷେୟାମାନେ ଏହି ପରି ଦରମା ନିଅନ୍ତି। ସେହି ରୋଷେୟା ୧୨ ଜଣିଆ ପରିବାର ପାଇଁ ପ୍ରତିଦିନ ୨.୫୦୦ ଟଙ୍କା ନିଅନ୍ତି। ଏହା ବହୁତ ଅଧିକ ନୁହେଁ, ଏଠାରେ ଏହିପରି କାମ ହୁଏ।

କିଛି ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ରୋଷେୟା ଜଣକ ୩୦ ମିନିଟରେ ତାଙ୍କ କାମ ସାରିପାରିବେ। ଜଣେ ବ୍ୟକ୍ତି ଲେଖିଛନ୍ତି, “ଏହା କ’ଣ ରୋଷେୟା ନା ଏଆଇ?