ଫ୍ରି ଫାୟାର ନେଲା ଜୀବନ, ଗେମ୍ ରେ ହାରିବାରୁ ଫାଶୀ ଲଗାଇଦେଲେ ଅଷ୍ଟମ ଶ୍ରେଣୀ ଛାତ୍ର
ଫ୍ରି ଫାୟାରରେ ଟଙ୍କା ହରାଇବାରୁ ଆତ୍ମହତ୍ୟା କରିଦେଲା ୧୩ ବର୍ଷୀୟ ନାବାଳକ।
ମଧ୍ୟପ୍ରଦେଶ: ପୁଣି ଫ୍ରି ଫାୟାର ଗେମ୍ ଖେଳିବା ହେଲା କାଳ। ଫ୍ରି ଫାୟାରରେ ହାରିଗଲା ଅଷ୍ଟମ ଶ୍ରେଣୀ ଛାତ୍ର। ଆଉ ସହି ନପାରି ଶେଷରେ ଆତ୍ମହତ୍ୟା କରିଦେଲା।
ଏମିତି ଫ୍ରି ଫାୟାର ଗେମରୁ ଜୀବନ ହାରିବା ଘଟଣା ତ ଆପଣ ଅନେକ ଶୁଣିଥିବେ। ହେଲେ ଏଥର ଜଣେ ୧୩ ବର୍ଷୀୟ ନାବାଳକ ଫ୍ରି ଫାୟାର ପାଇଁ ନିଜ ଜୀବନ ହାରି ଦେଇଛି।
ଫ୍ରି ଫାୟାର ନେଲା ଜୀବନ: ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଛାତ୍ର ତାଙ୍କ ଜନ୍ମଦିନର ଦୁଇ ଦିନ ପରେ ଆତ୍ମହତ୍ୟା କରିଛନ୍ତି। ଆଉ ଏହି ଘଟଣା ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଦେଇଛି।
ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଇନ୍ଦୋରରେ ଜଣେ ୧୩ ବର୍ଷୀୟ ଛାତ୍ର ଫାଶି ଦେଇ ଆତ୍ମହତ୍ୟା କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଛାତ୍ର ଜଣକ ଅନଲାଇନ୍ ଫ୍ରି ଫାୟାର ଗେମରେ ୨୮୦୦ ଟଙ୍କା ହରାଇଛନ୍ତି।
ଯେହେତୁ ସେ ଗେମରେ ଟଙ୍କା ଲଗାଇ ହାରିଗଲେ। ତେଣୁ ଡରୁଥିଲେ କି ଯଦି ଘର ଲୋକ ଜାଣିଯିବେ ତାହାଲେ ତାଙ୍କ ଉପରେ ରାଗିବେ ଏବଂ ତାଙ୍କୁ ମାଡ଼ ମାରିବେ। ସେହି ଭୟରେ ସେ ନିଜ ଜୀବନ ହାରିଦେଲେ।
ନାତି ଫାଶୀରେ ଝୁଲୁଛି ଦେଖିଲେ ଜେଜେବାପା: ମୃତକଙ୍କ ନାମ ଅକଳଙ୍କ ଜୈନ (୧୩ ବର୍ଷ), ସେ MIG ଅଞ୍ଚଳର ଅନୁରାଗ ନଗରରେ ରହୁଥିଲେ।
ତାଙ୍କ ଜେଜେବାପା ପ୍ରଥମେ ତାଙ୍କୁ ଫାଶୀରେ ଝୁଲୁଥିବାର ଦେଖିଲେ। ପରେ ପରିବାର ଲୋକଙ୍କୁ ଜଣାଇବାରୁ ସେମାନେ ତୁରନ୍ତ ପୁଅକୁ ଫାଶୀରୁ ଓହ୍ଲାଇ DNS ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ହସ୍ପିଟାଲ ପ୍ରଶାସନ ପୋଲିସକୁ ସୂଚନା ଦେଇଥିଲା।
ମାଆଙ୍କ କ୍ରେଡିଟ୍ କାର୍ଡରେ ଖେଳୁଥିଲେ: କୁହାଯାଉଛି ଯେ ଛାତ୍ର ଜଣକ ମୋବାଇଲରେ ଫ୍ରି ଫାୟାର ଖେଳ ଖେଳିବାରେ ନିଶାଗ୍ରସ୍ତ ଥିଲେ। ଏହି କାରଣରୁ ତାଙ୍କର ୨୮୦୦ ଟଙ୍କା ହରାଇଥିଲେ।
ସେ ତାଙ୍କ ମାଆଙ୍କ କ୍ରେଡିଟ୍ କାର୍ଡରେ ଖେଳ ଖେଳୁଥିଲେ। ଘଟଣା ସମୟରେ ତାଙ୍କ ରୁମରେ ପରିବାରର କୌଣସି ସଦସ୍ୟ ଉପସ୍ଥିତ ନଥିଲେ।
ଛାତ୍ର ଜଣଙ୍କ ପାଖରେ ସିମ୍ କାର୍ଡ ନଥିବା ମୋବାଇଲ୍ ଥିଲା: ପୋଲିସର କହିବା ଅନୁଯାୟୀ, ଛାତ୍ରଟି ପାଖରେ ସିମ୍ କାର୍ଡ ନଥିବା ଏକ ମୋବାଇଲ୍ ଥିଲା, ଯାହା ୱାଇ-ଫାଇ ସହିତ ସଂଯୋଗ ହୋଇଥିଲା।
ସେ ତାଙ୍କ ମାଆଙ୍କ ଡେବିଟ୍ କାର୍ଡକୁ ଗେମିଂ ଆଇଡି ସହିତ ଲିଙ୍କ୍ କରିଥିଲେ, ଯାହା ମାଧ୍ୟମରେ ଟଙ୍କା କାରବାର ହେଉଥିଲା। ତାଙ୍କ ମାଆଙ୍କ କ୍ରେଡିଟ୍ କାର୍ଡରୁ ୨୮୦୦ ଟଙ୍କା ଡେବିଟ୍ ହୋଇଥିଲା।
ଅକାଳଙ୍କ୍ ଏ ବିଷୟରେ ତାଙ୍କ ମାଆଙ୍କୁ ମଧ୍ୟ ଜଣାଇଥିଲେ। ପିଲାଟି ଭୟଭୀତ ଥିଲା ଯେ ତାଙ୍କ ବାପା ଅଙ୍କେଶ ଜୈନ ତାଙ୍କୁ ଗାଳି ଦେବେ। ଏହି ଭୟ ଯୋଗୁଁ ପିଲାଟି ଆତ୍ମହତ୍ୟା କରିଥିଲା।
ଛାତ୍ର ଜଣକ ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କ ବାପା ଅଙ୍କେଶ ଜୈନ ଜଣେ ଅଟୋ ପାର୍ଟସ୍ ବ୍ୟବସାୟୀ ଯାହାଙ୍କର ଛୋଟି ଗ୍ୱାଲଟୋଲି ଏବଂ ଦେବାସ ନାକାରେ ଦୋକାନ ଅଛି।
ପରିବାରରେ ତାଙ୍କର ଜଣେ ସାନ ଭାଇ ମଧ୍ୟ ଅଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ MY ହସ୍ପିଟାଲକୁ ପଠାଯାଇଛି।