BREAKING: ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌, ୧୩ ଯବାନ ଆହାତ

ଅନୁଗୁଳ: ଟ୍ରକ୍‌କୁ ପଛରୁ ପିଟିଲା ଭ୍ୟାନ୍‌। ଦୁର୍ଘଟଣାରେ ୧୩ ଯବାନ ଆହତ। ଏନ୍‌ଏଚ୍ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା।

OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍‌। ଝାରସୁଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟିଛି ଦୁର୍ଘଟଣା।

ଆହତ ୧୩ ଜଣଙ୍କ ମଧ୍ୟରୁ ୭ ଗୁରୁତର ଅଛନ୍ତି। ୨ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି