କଣ୍ଟାବାଞ୍ଜି: ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ପିଲା ଅସୁସ୍ଥ। କାରଣ ସ୍କୁଲରେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନରେ ପଡିଥିଲା ଝିଟିପିଟି। ଆଉ ଝିଟିପିଟି ମିଶା ରନ୍ଧା ଖାଦ୍ୟ ଖାଇବାରୁ ଅସୁସ୍ଥ ହୋଇପଡିଲେ ପିଲା।
ଏପରି ଏକ ଅଘଟଣ ଘିଟିଛି କଣ୍ଟାବାଞ୍ଜି ଜିଲ୍ଲା ମୁରିବାହାଲ ତେନ୍ତୁଳିଖୁଣ୍ଟି ସରକାରୀ ସ୍କୁଲରେ। ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବାରୁ ସେହି ଖାଦ୍ୟ ଖାଇ ଅସୁସ୍ଥ ହୋଇପଡିଛନ୍ତି ଛାତ୍ରଛାତ୍ରୀ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।