ସାମ୍ନାକୁ ଆସିଲା କାଙ୍ଗାଳ ପାକିସ୍ତାନର ସତ, ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା
ପାକିସ୍ତାନର ବାସ୍ତବତା, ଭାଇରାଲ ହେଲା ଭିଡ଼ିଓ
ଓଡିଶାଭାସ୍କର: ସାମ୍ନାକୁ ଆସିଲା ପାକିସ୍ତାନର ସତ, କାଙ୍ଗାଳ ହେଲା ପରେ ପାକିସ୍ତାନର ଏକ ଚିତ୍ର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯାହା ଦର୍ଶାଉଛି ଯେ, ପାକିସ୍ତାନ ଏବେ କେତେ ଗରିବ।
ପାକିସ୍ତାନରେ ଥିବା ଏକ ଟ୍ରେନର ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି, ଯାହାକୁ ଲୋକମାନେ ଏହାକୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ କହୁଛନ୍ତି ଯେ ଏତେ ଜରାଜୀର୍ଣ୍ଣ ଅବସ୍ଥାରେ ଥାଇ ମଧ୍ୟ ପାକିସ୍ତାନ କାଶ୍ମୀରକୁ ଦାବି କରୁଛି।
ଭାଇରାଲ ହୋଇଥିବା ଟ୍ରେନର ଚିତ୍ରରେ ଦେଖାଯାଇଛି ଯେ, ସେଥିରେ ଥିବା ସିଟ୍ ଗୁଡିକ ସବୁ ଭଙ୍ଗା ଏବଂ ଟ୍ରେନର ଚତୁପାର୍ଶ୍ଵ ସବୁ କଳଙ୍କି ହୋଇଯାଇଛି। କେବଳ ସେତିକି ନୁହେଁ, ଚାରିଆଡେ ପୁଳା ପୁଳା ଅଳିଆ ଜମା ହୋଇଛି। ଏହି ସବୁ ଦୃଶ୍ୟ ଦେଖି ଲୋକେ କ୍ରୋଧିତ ହେବା ସହିତ ଉପହାସ ମଧ୍ୟ କରିଛନ୍ତି।
ଏହି ଦୃଶ୍ୟ ପାକିସ୍ତାନ ରେଳବାଇର ‘ଆୱାମ ଏକ୍ସପ୍ରେସ’ ବୋଲି କୁହାଯାଉଛି। ଟ୍ରେନଟି ଏଭଳି ହୋଇଥିବା ସତ୍ୱେ ମଧ୍ୟ ଯାତ୍ରୀମାନେ ଏଥିରେ ଯାତ୍ରା କରୁଛନ୍ତି, ଯାହା ସେମାନଙ୍କର ଅସହାୟତାକୁ ଦର୍ଶାଉଛି।