ଲୁଚି ଲୁଚି ଝିଅ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ କରି ଭାଇରାଲ କରୁଥିଲା, ଏବେ ବନ୍ଧାହେଲା

ହ୍ୱାଟ୍ସଆପରେ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ କରି ଗିରଫ ହେଲେ ବୃଦ୍ଧ

ଛତିଶଗଡ଼: ହ୍ୱାଟ୍ସଆପରେ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ କରି ଗିରଫ ହେଲେ ଜଣେ ବୃଦ୍ଧ। ଛତିଶଗଡ଼ର ଡୋଙ୍ଗରଗଡ଼ ଠାରେ ଘଟିଯାଇଛି ଏଭଳି ଘଟଣା। ସେଠାରେ ଜଣେ 50 ବର୍ଷୀୟ ବୃଦ୍ଧ ହ୍ୱାଟ୍ସଆପ୍ ମାଧ୍ୟମରେ ନାବାଳକ ପିଲା ଏବଂ ମହିଳାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ କରୁଥିଲେ।

ମହିଳା ଏବଂ ଶିଶୁମାନଙ୍କ ସହ ଜଡିତ ଅନଲାଇନ୍ ଅପରାଧ ଉପରେ ନଜର ରଖିବା ପାଇଁ ଭାରତ ସରକାରଙ୍କ ଏକ ସ୍ୱତନ୍ତ୍ର ସାଇବର ୟୁନିଟ୍ CCPWC ର ସତର୍କତା ଆଧାରରେ, ଡୋଙ୍ଗରଗଡ଼ ପୋଲିସ ଏକ ଗମ୍ଭୀର ଅପରାଧର ଖୁଲାସା କରିଛି ଏବଂ ଜଣେ 50 ବର୍ଷୀୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତ ମହମ୍ମଦ ହମିଦ ଗୌରୀ ଡୋଙ୍ଗରଗଡ଼ର ୱାର୍ଡ ନମ୍ବର 19 କଚରୀ ଚୌକର ବାସିନ୍ଦା। ତଦନ୍ତରୁ ଜଣାପଡିଛି ଯେ, ସେ ତାଙ୍କ ହ୍ୱାଟ୍ସଆପ୍ ଆକାଉଣ୍ଟ ମାଧ୍ୟମରେ ନାବାଳକ ପିଲା ଏବଂ ମହିଳାଙ୍କ ସହ ଜଡିତ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ କରୁଥିଲେ।

ଏହି ମାମଲା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତତ୍ତ୍ୱାବଧାନରେ ସାମ୍ନାକୁ ଆସିଥିଲା, ଯାହା ପରେ ସାଇବର ଅପରାଧ ରିପୋର୍ଟ ଡୋଙ୍ଗରଗଡ଼ ପୋଲିସ ଷ୍ଟେସନକୁ ପଠାଯାଇଥିଲା। ପୋଲିସ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇଟି ଆଇନର ଧାରା 67 (B) ଏବଂ POCSO ଆଇନର ଧାରା 15 ଅନୁଯାୟୀ ଅପରାଧ ନମ୍ବର 254/2024 ରୁଜୁ କରିଥିଲା।

ଗିରଫ ପୂର୍ବରୁ ଅଭିଯୁକ୍ତ ଦୀର୍ଘ ଦିନ ଧରି ଫେରାର୍ ଥିଲା, କିନ୍ତୁ ପୋଲିସ ସଠିକ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଗଷ୍ଟ 1 ରେ ତାଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଦେଇଛି।