ଦିଲ୍ଲୀ ଏମ୍ସରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା

ପୁରୀ: ଦିଲ୍ଲୀ ଏମ୍ସରୁ ଆସିଲା ବଡ଼ ଖବର। ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଘଟିଛି। ଉକ୍ତ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଯୋଗୁଁ ସେ ଗୁରୁତର ଥିଲେ। ଏଣୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଥିଲା। ହେଲେ ସେଠାରେ ସେ ଆଖି ବୁଜିଛନ୍ତି।

ସୂଚନା ଅନୁଯାୟୀ, ପୀଡ଼ିତାଙ୍କୁ ଗତ କିଛି ସପ୍ତାହ ପୂର୍ବେ ଦୁର୍ବୃତ୍ତମାନେ ଅପହରଣ କରି ତାଙ୍କ ଦେହରେ ନିଆଁ ଲଗାଇ ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା, ପରେ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା।

ଦିଲ୍ଲୀ ଏମ୍ସରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଥିଲେ, ଯେଉଁମାନେ ବିଭିନ୍ନ ବିଭାଗର ୧୪ ଜଣ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଥିଲା। ପୀଡ଼ିତାଙ୍କର ୭୫ ପ୍ରତିଶତ ଶରୀର ପୋଡ଼ିଯାଇଥିବା ଏବଂ ଏହା ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ ଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି। ତାଙ୍କୁ ଆଇସିୟୁରେ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା, କିନ୍ତୁ ଗୁରୁତର ଅବସ୍ଥା ହେତୁ ସେ ମୃତ୍ୟୁବରଣ କରିଛନ୍ତି।