ଜଣେ କନିଆଁକୁ ୮ ବର, ଚତୁର୍ଥୀ ରାତି ପରେ ବଦଳାଇ ଦେଉଥିଲା ସ୍ୱାମୀ
ଅଜବ ସ୍ତ୍ରୀର ଗଜବ କାଣ୍ଡ। ଚତୁର୍ଥୀ କରି ସ୍ୱାମୀ ବଦଳାଉଥିଲା ସ୍ତ୍ରୀ।
ମହାରାଷ୍ଟ୍ର: ଅଜବ ସ୍ତ୍ରୀ। ଜଣକ ପରେ ଜଣେ ସ୍ୱାମୀକୁ ବିବାହ କରୁଥିଲା। ଆଉ ଚତୁର୍ଥୀ ରାତି ପରେ ଛାଡ଼ି ଦେଉଥିଲା। ଏହାରି ଭିତରେ ମହିଳା ଜଣକ ପାଖାପାଖି ୮ ଜଣଙ୍କୁ ବିବାହ କରିସାରିଲେଣି। ଆଉ ନବମ ସ୍ୱାମୀ ଖୋଜୁଥିବା ବେଳେ ତାଙ୍କ ସତ ସାମ୍ନାକୁ ଆସିଛି।
ନାଗପୁରରୁ ଏପରି ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ମହିଳା ଥରେ କି ଦୁଇଥର ନୁହେଁ ବରଂ ୮ ଥର ବିବାହ କରିଥିଲେ।
ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ମହିଳା ଜଣକ ଏବେ ତାଙ୍କର ନବମ ବର ଖୋଜୁଥିଲେ, ଆଉ ସେହି ସମୟରେ ତାଙ୍କ ସହ ଏପରି କିଛି ଘଟିଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।
ସ୍ୱାମୀ କାହିଁକି ବଦଳାଉଥିଲେ ମହିଳା: ପ୍ରକୃତରେ ଏହି ମହିଳାଙ୍କ ନାମ ସମୀରା ଫାତିମା। ଉଚ୍ଚଶିକ୍ଷିତ ଏବଂ ଜଣେ ସ୍କୁଲ ଶିକ୍ଷୟିତ୍ରୀ ସମୀରା। ସୋସିଆଲ ମିଡିଆ ମାଧ୍ୟମରେ ବିବାହିତ ପୁରୁଷମାନଙ୍କୁ ତାଙ୍କ ପ୍ରେମ ଜାଲରେ ଫସାଉଥିଲେ।
ତାଙ୍କ ସ୍ୱାମୀ ତାଙ୍କୁ ଛାଡପତ୍ର ଦେଇଥିବା କହି ସହାନୁଭୂତି ପାଉଥିଲେ ଏବଂ କହୁଥିଲେ, ‘ମୋତେ ସମର୍ଥନ କର, ମୁଁ ତୁମର ଦ୍ୱିତୀୟ ସ୍ତ୍ରୀ ଭାବରେ ବଞ୍ଚିବି’।
ଏହି ବାହାନାରେ, ସେ ପୁରୁଷମାନଙ୍କୁ ବିବାହ କରୁଥିଲେ। ଆଉ ଚତୁର୍ଥୀ ରାତି ପାଳନ କରିବା ପରେ ସେମାନଙ୍କ ହୃଦୟ ଭାଙ୍ଗି ଦେଉଥିଲେ। ହଁ, ମହିଳା ଜଣକ ଗୋଟିଏ ମାସ ମଧ୍ୟରେ ଝଗଡ଼ା କରୁଥିଲେ ଏବଂ ବ୍ଲାକମେଲିଂ କରିବା ଆରମ୍ଭ କରୁଥିଲେ। ସେ ଏପରି କାମ ଗୋଟିଏ କି ଦୁଇଟି ନୁହେଁ ବରଂ ୮ ଜଣ ବିବାହିତ ପୁରୁଷଙ୍କ ସହିତ କରିଛନ୍ତି। ଏବେ ସେ ୯ମ ସ୍ୱାମୀ ଖୋଜୁଥିଲେ।
କୋଟି କୋଟି ଟଙ୍କା ଲୁଟ୍: ମାମଲା ସାମ୍ନାକୁ ଆସିବା ପରେ ପୋଲିସ ସନ୍ଦେହ କରୁଛି ଯେ ସେ ଗତ ୧୫ ବର୍ଷ ଧରି ଏହି ଠକେଇ କରୁଥିଲେ। ସେ ଏକା ନୁହେଁ ବରଂ ଏକ ଗ୍ୟାଙ୍ଗ ସହିତ ମିଶି ମହିଲାସ ଜଣକ ଏପରି ସ୍ୱାମୀ ବେପାର କରୁଥିଲେ।
ପୋଲିସକୁ ମିଳିଥିବା ପ୍ରାରମ୍ଭିକ ପ୍ରମାଣ ଅନୁଯାୟୀ, ଫାତିମା ଜଣେ ପୀଡିତାଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଏବଂ ଅନ୍ୟ ଜଣଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକିଛନ୍ତି।
ବିବାହ ପରେ ସେ ବିଭିନ୍ନ ବାହାନାରେ ସ୍ୱାମୀମାନଙ୍କୁ ବ୍ଲାକମେଲ୍ କରି ଏହି ଟଙ୍କା ଆଦାୟ କରୁଥିଲେ। ଯେତେବେଳେ ପୋଲିସ ତାଙ୍କୁ ଗିରଫ କରିବାକୁ ଆସୁଥିଲା ସେ ମିଛରେ ଗର୍ଭବତୀ ଥିବା କହି ଖସି ଯାଇଥିଲେ।
୮ ଜଣ ସ୍ୱାମୀଙ୍କ ସ୍ତ୍ରୀ: ତଥାପି ଏଥର ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ୨୯ ଜୁଲାଇରେ ନାଗପୁରର ଏକ ଚା ଦୋକାନରୁ ତାଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ନାଗପୁର ପୋଲିସ ସମୀର ଫାତିମାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ପୂରା ନେଟୱାର୍କର ତଦନ୍ତ ଆରମ୍ଭ କରିଛି।
ପୋଲିସ ବିଶ୍ୱାସ କରୁଛି ଯେ ଏହି ମାମଲାରେ ଆହୁରି ଅନେକ ପୀଡିତା ସାମ୍ନାକୁ ଆସିପାରନ୍ତି ଏବଂ ଗ୍ୟାଙ୍ଗ ସହିତ ଜଡିତ ଅନ୍ୟ ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯାଇପାରେ।