ରେଷ୍ଟୁରାଣ୍ଟ ବିଲ୍ ନଦେବାକୁ ଡ୍ରାମା, ଭେଜ ଥାଳିରେ ପକାଇଲେ ହାଡ଼… ସିସିଟିଭିରୁ ଜଣାପଡ଼ିଗଲା ସତ

ଉତ୍ତର ପ୍ରଦେଶର ଗୋରଖପୁରର ଏକ ରେଷ୍ଟୁରାଣ୍ଟରେ କିଛି ଯୁବକ କରିଥିଲେ ହାଇଡ୍ରାମା।

ଉତ୍ତରପ୍ରଦେଶ: ରେଷ୍ଟୁରାଣ୍ଟରେ ହାଇଡ୍ରାମା। ବିଲ୍ ଅଧିକ ହେଲା ବୋଲି ଭିନ୍ନ ନାଟକ ରଚିଲେ ଯୁବକ। ନିରାମିଷ ଥାଳିରେ ଆମିଂଷ ପକାଇ ଯୁବକ କଲେ ହଙ୍ଗାମା। ଶ୍ରାବଣ ମାସରେ ଧର୍ମ ନଷ୍ଟ ହୋଇଗଲା କହି ଯୁବକ କରୁଥିଲେ ନାଟକ। ସିସିଟିଭି ଫୁଟେଜରୁ ଥରାପଡ଼ିଗଲା ସତ।

ଉତ୍ତର ପ୍ରଦେଶର ଗୋରଖପୁରର ଏକ ରେଷ୍ଟୁରାଣ୍ଟରେ କିଛି ଯୁବକ କରିଥିଲେ ହାଇଡ୍ରାମା। ଭେଜ୍ ଥାଳିରେ ଏକ ହାଡ଼ ପକାଇ ରେଷ୍ଟୁରାଣ୍ଟାରେ କରିଥିଲେ ହଙ୍ଗାମା। ମାମଲା ଏତେ ବଢ଼ି ଯାଇଥିଲା ଯେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ପ୍ରଥମେ ପୋଲିସ ମାମଲାକୁ ଶାନ୍ତ କରିଥିଲା। ଏହା ପରେ, ରେଷ୍ଟୁରାଣ୍ଟ ମାଲିକଙ୍କୁ ହୋଟେଲରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାକୁ କୁହାଯାଇଥିଲା।

ଯେଉଁଥିରେ ସ୍ପଷ୍ଟ ଦେଖାଯାଉଥିଲା କି ଯୁବକମାନେ ଥାଳିରୁ ଏକ ହାଡ଼ ଉଠାଇ ଅନ୍ୟ ଜଣେ ଯୁବକଙ୍କୁ ଦେଇଥିଲେ। ଏବଂ ସେହି ଯୁବକ ଏହି ହାଡ଼କୁ ଭେଜ୍ ଥାଳିରେ ପକାଇ ଦେଇଥିଲେ।

ଏହି ମାମଲା ଗୋରଖପୁରର ଶାସ୍ତ୍ରୀ ଚୌକରୁ ସାମ୍ନାକୁ ଆସିଛି। ଏଠାରେ “ବିରିଆନି ବେ” ନାମକ ଏକ ରେଷ୍ଟୁରାଣ୍ଟ ଅଛି। ପ୍ରତିଦିନ ଶହ ଶହ ଲୋକ ଏହି ରେଷ୍ଟୁରାଣ୍ଟକୁ ଆସନ୍ତି।

୨୯ ଜୁଲାଇ ଗୁରୁବାର ରାତିରେ ୧୨ ରୁ ୧୩ ଜଣ ଲୋକ ରେଷ୍ଟୁରାଣ୍ଟରେ ଖାଇବାକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ କେତେ ଜଣ ନିରାମିଷ ଖାଦ୍ୟ ଅର୍ଡର କରିଥିଲେ। ଯେତେବେଳେ କେତେକ ନନ୍‌-ଭେଜ ଅର୍ଥାତ ଆମିଂଷ ଖାଦ୍ୟ ଅର୍ଡର କରିଥିଲେ। ଏହି ସମୟରେ, ଜଣେ ଯୁବକ ଭେଜ ଥାଳିରେ ହାଡ଼ ପଡ଼ିଥିବା ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ।

ଅଭିଯୋଗ ହୋଇଥିଲା କି ରେଷ୍ଟୁରାଣ୍ଟ ଭେଜ ଥାଳିରେ ହାଡ଼ ମିଶାଇ ଖାଦ୍ୟ ପରସା ଯାଉଛି। ଶ୍ରାବଣ ମାସରେ ଧର୍ମକୁ ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ହଙ୍ଗାମା ଦେଖି ରେଷ୍ଟୁରାଣ୍ଟରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ହୋଟେଲ ମାଲିକ ରବିକର ସିଂହ ସେମାନଙ୍କୁ ବୁଝାଇଲେ, ଯେତେବେଳେ ସମସ୍ତ ଯୁବକ ପାଟିତୁଣ୍ଡ କରିବା ଆରମ୍ଭ କରଥିଲେ ବାଧ୍ୟ ହୋଇ ରେଷ୍ଟୁରାଣ୍ଟ ମାଲିକ ପୋଲିସକୁ ଡାକିଥିଲେ।

ପୋଲିସକୁ କହିଲେ ଯେ ନିରାମିଷ ଏବଂ ନନଭେଜ ଖାଦ୍ୟ ଉଭୟ ଅଲଗା ଭାବରେ ପ୍ରସ୍ତୁତ କରାଯାଉଛି। ଯଦି କାହାର ପ୍ଲେଟରେ ହାଡ ନାହିଁ, ତେବେ ଏହା ସେମାନଙ୍କ ପ୍ଲେଟରେ କିପରି ଆସିଲା।

ହୋଟେଲ ମାଲିକ କହିଛନ୍ତି ଯେ ବିଲ୍ ଅଧିକ ବାହାରିଛି ଏବଂ ଏହି ଲୋକମାନେ ଦେବାକୁ ଚାହୁଁନାହାଁନ୍ତି। ସେଥିପାଇଁ ସେମାନେ ହଙ୍ଗାମା କରୁଛନ୍ତି। ସର୍ବପ୍ରଥମେ, ପୋଲିସ ପରିସ୍ଥିତି ଏବଂ ସିସିଟିଭି ଫୁଟେଜ୍ ଦେଖି ପୁଅମାନଙ୍କୁ ହୋଟେଲରୁ ବାହାର କରିଦେଲା।

ଏହି ମାମଲାରେ, ରେଷ୍ଟୁରାଣ୍ଟ ସଞ୍ଚାଳକ ରବିକର ସିଂହ ଏକ ସିସିଟିଭି ଭିଡିଓ ଜାରି କରିଛନ୍ତି। ଭିଡିଓ ଦେଖାଇ ସେ କହିଛନ୍ତି ଯେ ଯୁବକ ଜଣକ ନିଜେ ନନ୍‌-ଭେଜ୍ ପ୍ଲେଟ୍ ରୁ ହାଡ଼ ଉଠାଇ ଭେଜ୍ ପ୍ଲେଟ୍ ରେ ପକାଉଛି।

ସେ ଆହୁରି କହିଛନ୍ତି ଯେ ଭିଡିଓରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ଜଣେ ଯୁବକ ମଝିରେ ବସିଥିବା ଯୁବକଙ୍କୁ ହାଡ଼ର ଏକ ଖଣ୍ଡ ଦେଉଛନ୍ତି, ଯିଏ ଏହାକୁ ଭେଜ୍ ଖାଉଥିବା ବନ୍ଧୁଙ୍କ ପ୍ଲେଟ୍‌ରେ ପକାଉଛି।

ରବିକର ସିଂହ କହିଛନ୍ତି ଯେ ସେ ବହୁ ବର୍ଷ ଧରି ହୋଟେଲ ଚଳାଉଛନ୍ତି। କାହାର ଭାବନାକୁ ଆଘାତ ଦେବା ଆମର କାମ ନୁହେଁ, କିନ୍ତୁ କିଛି ଲୋକ ଆମର ଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି।

ସେ କହିଛନ୍ତି ଯେ ସେ ଏହି ମାମଲାରେ ପୋଲିସକୁ ଲିଖିତ ଅଭିଯୋଗ କରିବେ। ଯାହା ଦ୍ୱାରା ଏପରି ମିଥ୍ୟା ଅଭିଯୋଗ କରୁଥିବା ଲୋକଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।