ଓଡିଶା ଭାସ୍କର: ଜଙ୍କ ଫୁଡ୍ ପାଟିକୁ ଯେତେ ସ୍ୱାଦିଷ୍ଟ ଲାଗିଥାଏ ଦେହ ପାଇଁ ସେତେ ଖରାପ ହୋଇଥାଏ। କିନ୍ତୁ ଏପରି କିଛି ଖାଦ୍ୟ ଅଛି ଯାହା ଜଙ୍କ ଫୁଡ୍ ପରି ଖରାପ ତ ହୋଇଥାଏ ତା ଛଡା ଧୀରେ ଧୀରେ କ୍ୟାନ୍ସର ରୋଗ ମଧ୍ୟ ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଖାଦ୍ୟ ସବୁ କଣ।
1. କୋଲ୍ଡଡ୍ରିଙ୍କସ: ଏଥିରେ ଚିନି ପ୍ରଚୁର ପରିମାଣରେ ଥାଏ, ଯାହା କର୍କଟ ରୋଗର ଏକ ପ୍ରମୁଖ କାରଣ ଅଟେ। ଏହାଛଡା ଏଥିରେ ଅନେକ ମାତ୍ରାରେ କୃତ୍ରିମ କାରାମେଲ ରଙ୍ଗ ଥିବାରୁ ଏହା କ୍ୟାନ୍ସରରେ ଗୋଡ଼ ହୋଇଥାଏ।
2. ଗ୍ରୀଲ୍ ହୋଇଥିବା ରେଡ ମିଟ: ଗ୍ରୀଲ୍ ହୋଇଥିବା ମାଂସ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ ସତ, କିନ୍ତୁ ବୈଜ୍ଞାନିକମାନଙ୍କ ମତରେ ଯେତେବେଳେ ଏହାକୁ ଉଚ୍ଚ ତାପମାତ୍ରାରେ ରନ୍ଧାଯାଏ, ଏହା କର୍କଟ ରୋଗ ସୃଷ୍ଟିକାରୀ ହାଇଡ୍ରୋକାର୍ବନ ଉତ୍ପାଦନ କରେ ଯାହା ଏହାର ରାସାୟନିକ ଏବଂ ଆଣବିକ ଗଠନକୁ ପରିବର୍ତ୍ତନ କରେ।
3. ମାଇକ୍ରୋୱେଭ୍ ପପକର୍ଣ୍ଣ: ମାଇକ୍ରୋୱେଭ୍ ପପକର୍ନ ପାଟିକୁ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ଯେତେବେଳେ ଏହାକୁ ଗରମ କରାଯାଏ, ଏହା ବିଷାକ୍ତ ହୋଇଯାଏ। ଯାହାଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ଥାଏ।
4. କେନରେ ଦିଆଯାଉଥିବା ଖାଦ୍ୟ(ଷ୍ଟିଲ ଡବା), ବିଶେଷକରି ଟମାଟୋ: କେନରେ ଦିଆଯାଉଥିବା ଖାଦ୍ୟ ସ୍ୱାସ୍ଥ୍ୟ ପ୍ରତି ବିପଦଜନକ ହୋଇଥାଏ, ବିଶେଷ କରି ଟମାଟୋ। ଏହାକୁ ଖାଇବା ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ଥାଏ।
5 . କୃତ୍ରିମ ମିଠା: ଅଧିକାଂଶ କୃତ୍ରିମ ମିଠା ରାସାୟନିକ ପ୍ରକ୍ରିୟା ମାଧ୍ୟମରେ ତିଆରି କରାଯାଏ। ଯାହା ଦେହ ପ୍ରତି ଖରାପ ହୋଇଥାଏ। କିଛି ଗବେଷଣାରୁ ଜଣାପଡିଛି ଯେ କୃତ୍ରିମ ମିଠା DKP ନାମକ ଏକ ବିଷାକ୍ତ ପଦାର୍ଥ ସୃଷ୍ଟି କରେ ଯାହାଦ୍ୱାରା ବ୍ରେନ ଟ୍ୟୁମର ହୋଇଥାଏ।
6. ମଇଦା: ମଇଦାରେ କୌଣସି ପୁଷ୍ଟିକର ପଦାର୍ଥ ନାହିଁ କାରଣ ଏହାକୁ ଏକ ରାସାୟନିକ ପ୍ରକ୍ରିୟାରେ ତିଆରି କରାଯାଇଥାଏ। ତା ଛଡା ଏହାକୁ ଧଳା କରିବା ପାଇଁ କ୍ଲୋରିନ୍ ଗ୍ୟାସ୍ ସହିତ ବ୍ଲିଚ୍ କରାଯାଏ। ଏଥିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍ ଥିବାରୁ ଏହାକୁ ଖାଇବା ଦ୍ୱାରା କ୍ୟାନ୍ସର ହୋଇଥାଏ।
7. ମଇଳା ଫଳ: ଫଳ ଏବଂ ପନିପରିବା ଦେହ ପ୍ରତି ଭଲ, କିନ୍ତୁ ଯଦି ସେଗୁଡ଼ିକରେ କୀଟନାଶକ ସିଞ୍ଚନ କରାଯାଏ, ତେବେ ତାହା ଦେହ ପ୍ରତି ଖରାପ ହୋଇଥାଏ।
8. ଆଳୁ ଚିପ୍ସ: ଆଳୁ ଚିପ୍ସ ଦେହ ପାଇଁ ବହୁତ ଖରାପ ହୋଇଥାଏ। ପ୍ରଥମତଃ, ସେଗୁଡ଼ିକୁ ଟ୍ରାନ୍ସଫ୍ୟାଟରେ ଛଣାଯାଏ ଏବଂ ଦ୍ୱିତୀୟତଃ ଏଥିରେ ପ୍ରଚୁର ଲୁଣ ଥାଏ ଯାହା କେବଳ କର୍କଟ ରୋଗର ଆଶଙ୍କା ବୃଦ୍ଧି କରେ ନାହିଁ, ବରଂ ହାର୍ଟଆଟାକର ମଧ୍ୟ ଗୋଡ଼ ହୋଇଥାଏ। ଅନେକ ଚିପ୍ସରେ ପ୍ରିଜରଭେଟିଭ୍ ଏବଂ କୃତ୍ରିମ ରଙ୍ଗ ମଧ୍ୟ ମିଶାଯାଇଥାଏ।
9. ଅତ୍ୟଧିକ ମଦ୍ୟପାନ: ଅତ୍ୟଧିକ ମଦ୍ୟପାନ, କ୍ୟାନ୍ସରରେ ମୂଳ କାରଣ।
10. ଚିନି: ରିଫାଇନ୍ଡ୍ ଚିନି ଇନସୁଲିନ୍ ବୃଦ୍ଧି କରେ, ଏବଂ କର୍କଟ କୋଷଗୁଡ଼ିକୁ ବୃଦ୍ଧି କରାଏ।