ନବରଙ୍ଗପୁର: ନବରଙ୍ଗପୁର ପାପଡ଼ାହାଣ୍ଡି ମଇଦଲପୁର ପଞ୍ଚାୟତ ଜବାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ପକ୍କା ରାସ୍ତା ନଥିବାରୁ ଖଟିଆରେ ବୁହାହେଲା ମୃତଦେହ।
ଜ୍ୱରରେ ଆକ୍ରାନ୍ତ ଥିବା ମହିଳାଙ୍କୁ ରବିବାର ଦିନ ହସ୍ପିଟାଲକୁ ନିଆଯାଇଥିଲା। ଗାଁକୁ ରାସ୍ତା ନଥିବାରୁ ପଶିପାରିଲାନି ଆମ୍ବୁଲାନ୍ସ, ଟେନି ଗାଁ ଲୋକେ ମିଶି ଖଟିଆରେ ବୋହି ରୋଗୀଙ୍କୁ ଡାକ୍ତରଖାନା ନେଇଥିଲେ।
ମହିଳାଙ୍କର ବିଳମ୍ବିତ ରାତିରେ କୋରାପୁଟ ହସ୍ପିଟାଲରେ ମୃତ୍ୟୁପରେ ଗାଁକୁ ଅଣାଯାଇଥିଲା ମୃତଦେହ। ଖରାପ ରାସ୍ତା କାରଣରୁ ଗାଁ ଠାରୁ 2 କିମି ଦୂରରେ ରହିଲା ଗାଡ଼ି, ଶେଷରେ ଖଟିଆରେ ବୁହାହେଲା ମୃତଦେହ।