କୁରାଢ଼ୀରେ ଖଣ୍ଡ ଖଣ୍ଡ କରି ହାଣିଲା, ପୋଷ୍ଟ କଲା ଷ୍ଟାଟସ୍… ପୂର୍ବତନ ପ୍ରେମିକାର ପ୍ରେମିକକୁ ନିର୍ମମ ଭାବରେ ହତ୍ୟା
ତୁ ଆମ ମଝିରେ ଆସି ଆମ ଭିତରେ ଭଲପାଇବା ଭାଙ୍ଗିଲୁ କହି ପ୍ରେମିକାର ବୟପ୍ରେଣ୍ଡକୁ କୁରାଢ଼ୀରେ ହାଣିଦେଲା ଯୁବକ।
କର୍ଣ୍ଣାଟକ: ସେ କେବଳ ମୋର।ସେ ଆଉ କାହାର ହେଲେ ମୁଁ ପାରିବିନି ସହି। ତୁ ଆମ ମଝିରେ ଆସି ଆମ ଭିତରେ ଭଲପାଇବା ଭାଙ୍ଗିଲୁ କହି ପ୍ରେମିକାର ବୟପ୍ରେଣ୍ଡକୁ କୁରାଢ଼ୀରେ ହାଣିଦେଲା ଯୁବକ।
କର୍ଣ୍ଣାଟକର କୋପ୍ପାଲ ସହରର ୱାର୍ଡ ନମ୍ବର ୩ ରେ ରବିବାର ରାତିରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି।
ଯେଉଁଠାରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକଙ୍କ ନାମ ୨୩ ବର୍ଷୀୟ ଗଭିସିଦ୍ଦପ୍ପା ନାୟକ। କୁହାଯାଉଛି ଯେ ଗଭିସିଦ୍ଦପ୍ପା ଜଣେ ନାବାଳିକା ମୁସଲିମ ଝିଅକୁ ପ୍ରେମ କରୁଥିଲେ।
ଯାହା ଯୋଗୁଁ ଅନ୍ୟ ଜଣେ ଯୁବକ ରାଗି ଯାଇ ତାଙ୍କୁ ହତ୍ୟା କରିଥିଲେ।
ପୋଲିସ ଅନୁଯାୟୀ, ହତ୍ୟା ପରେ ଅଭିଯୁକ୍ତ ସାଦିକ୍ କୋଲକର ନିଜକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି। ତାଙ୍କ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଗଭିସିଦ୍ଦପ୍ପାଙ୍କ ବାପା ନିଙ୍ଗାଜ୍ଜା ଟଙ୍କନାଲ୍ ସାଦିକ୍ ଏବଂ ଅନ୍ୟ ଚାରି ଜଣଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଗଭିସିଦ୍ଦପ୍ପା ଗତ ଦୁଇ ବର୍ଷ ଧରି ଜଣେ ନାବାଳିକା ମୁସଲିମ ଝିଅ ସହିତ ପ୍ରେମ ସମ୍ପର୍କ ରଖି ଆସୁଥିଲେ। ଉଭୟଙ୍କ ମଧ୍ୟରେ ସମ୍ପର୍କ ନେଇ ପୂର୍ବରୁ ଅନେକ ଥର ସ୍ଥାନୀୟ ପଞ୍ଚାୟତ ମଧ୍ୟ ହୋଇଥିଲା।
ଏହା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଜାରି ରହିଥିଲା। ଅଭିଯୋଗ ହୋଇଛି ଯେ ସାଦିକ୍, ପୂର୍ବରୁ ନାବାଳିକା ଝିଅ ସହିତ ସମ୍ପର୍କରେ ଥିଲା, ଏହି ନୂଆଁ ପ୍ରେମ ସମ୍ପର୍କରେ ରାଗିଯାଇଥିଲା ସାଦିକ୍ ଏବଂ କ୍ଷୋଭ ହେତୁ ତାଙ୍କ ପ୍ରେମିକାର ବୟଫ୍ରେଣ୍ଡକୁ ଆକ୍ରମଣ କରିଥିଲା।
ଅଭିଯୁକ୍ତ ଆତ୍ମସମର୍ପଣ କରିଛି
ରବିବାର ରାତି ପ୍ରାୟ ୮ଟା ସମୟରେ, ଯେତେବେଳେ ଗଭିସିଦ୍ଦପ୍ପା ବାହାଦୁର ବାନ୍ଦି ରୋଡରେ ଏକ ବାଇକ୍ ଯୋଗେ ଯାଉଥିଲେ, ତାଙ୍କୁ ମସଜିଦ ନିକଟରେ ଘେରିଯାଇ ଏକ କୁରାଢ଼ିରେ ଆକ୍ରମଣ କରାଯାଇଥିଲା।
ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା ଏବଂ ସହରରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା। ହତ୍ୟା ପରେ ଜିଲ୍ଲା ପୋଲିସ ଅଧିକ୍ଷକ ଡକ୍ଟର ରାମ ଆରାସିଦ୍ଦି ଏବଂ ବେଲାରୀ ରେଞ୍ଜର ପୋଲିସ ମହାନିରୀକ୍ଷକ ବର୍ତ୍ତିକା କଟିୟାର ଘଟଣାସ୍ଥଳ ପରିଦର୍ଶନ କରିଥିଲେ।
ପୋଲିସ ଘଟଣାସ୍ଥଳରୁ ଦୁଇଟି ଧାରୁଆ ଅସ୍ତ୍ର ଜବତ କରିଛି ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସନ୍ଧାନ ଜାରି ରହିଛି।
ପ୍ରଶାସନ ସତର୍କ ରହିଛି
ହତ୍ୟା ପୂର୍ବରୁ ସାଦିକ୍ ଇନଷ୍ଟାଗ୍ରାମରେ ଏକ ଷ୍ଟାଟସ୍ ପୋଷ୍ଟ କରିଥିଲା। ଯାହା ପ୍ରଶ୍ନ ଉଠାଉଛି ଯେ ପୋଲିସ ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା କି?
ବର୍ତ୍ତମାନ ପୋଲିସ ପ୍ରତ୍ୟେକ ଦିଗକୁ ତଦନ୍ତ କରୁଛି। ଏହି ଘଟଣା କୋପ୍ପାଲରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିପାରେ, ତେଣୁ ପ୍ରଶାସନ ସତର୍କ ଅଛି ଏବଂ ଶାନ୍ତି ବଜାୟ ରଖିବାକୁ ଆବେଦନ କରାଯାଇଛି।