ରାୟଗଡ଼ା: ସାଙ୍ଗ ସାଜିଲା ବଇରୀ। ସାଙ୍ଗ ହିଁ ନେଇଗଲା ସାଙ୍ଗର ଜୀବନ। ରାୟଗଡ଼ା ଜିଲ୍ଲାର ନନ୍ଦପୁର ଥାନା ମେଡିପୁଟ ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।
ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ସାଙ୍ଗକୁ ମାରି ମଶାଣିରେ ପୋତିଦେଲା ସାଙ୍ଗ। ମେଡିପୁଟ ଗାଁର ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବାବେଳେ ହାଲୁଆ ନିକଟସ୍ଥ ମଶାଣିରୁ ମୃତଦେହକୁ ଉଦ୍ଧାର କରାଯାଇଛି।
ଘଟଣାର ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଏବଂ ଶେଷରେ 3 ଜଣଙ୍କୁ ଗିରଫ ମଧ୍ୟ କରିଛି। ଏହି ଘଟଣା ଯୋଗୁଁ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି।