(ଦୁଖଦଃ Viral Video) ହାଏରେ କଳିଯୁଗ ହୃଦୟହୀନ ମଣିଷ… ଚଳନ୍ତା ଆମ୍ବୁଲାନ୍ସରୁ ଶବ ଫିଙ୍ଗିଦେଲେ ମୃତକଙ୍କ ପରିବାର

ରାସ୍ତା ମଝିରେ ଶବ ଫିଙ୍ଗି ଫେରାର୍ ଡ୍ରାଇଭର । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ।

ଗୋଣ୍ଡା: ଉତ୍ତର ପ୍ରଦେଶ ଗୋଣ୍ଡାରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରର ଅମାନୁସିକତା ବାରି ହୋଇ ପଡ଼ୁଛି ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଆମ୍ବୁଲାନ୍ସ ରାସ୍ତାରେ ଦ୍ରୁତ ଗତିରେ ଯାଉଛି । କିନ୍ତୁ ପଛପଟେ ଖୋଲାଥିବା ଡୋର ବାଟେ ଷ୍ଟ୍ରେଚରରେ ଏକ ଶବ ଝୁଲି ରହିଛି ।

ଏହାଦେଖି ଯେତେବେଳେ ସେଠାରେ ଥିବା କିଛି ପୋଲିସ ଓ ଲୋକ ଆମ୍ବୁଲାନ୍ସକୁ ଅଟକାଇବାକୁ ଚେଷ୍ଟା କଲେ, ସେତେବେଳେ ଆମ୍ବୁଲାନ୍ସ ଡ୍ରାଇଭର ଗାଡ଼ି ଅଟକାଇବା ବଦଳରେ ପଛରେ ବସିଥିବା ମୃତକଙ୍କ ପରିବାର ଲୋକ ଶବକୁ ରାସ୍ତାରେ ଫିଙ୍ଗି ଦେଇଥିଲେ ।

ଲକ୍ଷେ୍ନø ହାଇୱେରେ ଶବକୁ ଫିଙ୍ଗି ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା କୁହାଯାଉଛି । ଖବର ମୁତାବକ ମୃତକ ଜଣକ ହେଲେ ହୃଦୟ ଲାଲ । ଶବକୁ ରାସ୍ତାରେ ପାଇ ମୃତକଙ୍କ ପରିଜନ ସେଠାରେ ପହଞ୍ଚିଥିଲେ ।

ପରିବାର ଲୋକ ଶବକୁ ରାସ୍ତାରେ ରଖି ପ୍ରତିବାଦ କରିବାକୁ ଚାହୁଁଥିବାରୁ ଏପରି କରିଥିବା କୁହାଯାଉଛି । ଶବକୁ ରାସ୍ତାରେ ରଖି ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି କରିଥିଲେ ପରିବାର ଲୋକେ । ହେଲେ ସେଠାରେ ଉପସ୍ଥିତ ସୁରକ୍ଷା କର୍ମୀ ପରିସ୍ଥିତିକୁ ଶାନ୍ତ କରିଥିଲେ ।

ଏହାପରେ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଇଥିବା କୁହାଯାଉଛି । ଘଟଣାରେ ସମ୍ପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ବାବଦରେ କୌଣସି ସୂଚନା ମିଳିପାରି ନାହିଁ । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଚଳାଇଛି ।