୧୫ ଅଗଷ୍ଟ ନା ୧୬ ଅଗଷ୍ଟ, ଚଳିତ ବର୍ଷ କେବେ ପାଳନ କରାଯିବ କୃଷ୍ଣ ଜନ୍ମାଷ୍ଟମୀ
ଆସନ୍ତୁ ଜାଣିବା କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବାର ଶୁଭ ଦିନ ଏବଂ ଶୁଭ ସମୟ।
ଓଡ଼ିଶାଭାସ୍କର: ଭାଦ୍ରବ ମାସ ଆଜିଠୁ ଆରମ୍ଭ ହୋଇଛି। ଏହି ମାସରେ କୃଷ୍ଣ ଜନ୍ମୋତ୍ସବ ମହା ଆଡମ୍ୱରରେ ପାଳିତ ହୁଏ। ଏହା ଏକ ଧାର୍ମିକ ବିଶ୍ୱାସ ଯେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଭାଦ୍ରବ ମାସର ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ।
ଏହି କାରଣରୁ ପ୍ରତିବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ରରେ କୃଷ୍ଣ ଜନ୍ମାଷ୍ଟମୀ ମହା ଆଡମ୍ୱରରେ ପାଳନ କରାଯାଏ। ପ୍ରତିବର୍ଷ ଏହି ପବିତ୍ର ଦିନରେ ଭଗବାନ ଶ୍ରୀକୃଷ୍ଣଙ୍କ ଶିଶୁ ରୂପକୁ ରୀତିନୀତି ସହିତ ପୂଜା କରାଯାଏ।
ହେଲେ ଚଳିତ ବର୍ଷ କେଉଁ ଦିନ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯିବ। ଯାହାକୁ ନେଇ ଭକ୍ତମାନେ ଦ୍ୱନ୍ଦ୍ୱରେ ଅଛନ୍ତି। କାରଣ କେହି କେହି କହୁଛନ୍ତି ଅଗଷ୍ଟ ୧୫ ତାରିଖ ତ ଆଉ କେହି କହୁଛନ୍ତି ଅଗଷ୍ଟ ୧୬ ତାରିକ ଜନ୍ମାଷ୍ଟମୀ ପାଳନ କରାଯିବ।
ଜନ୍ମାଷ୍ଟମୀ କେବେ ପାଳନ କରାଯିବ: ଯଦି ବିଦ୍ୱାନଙ୍କ ମତରେ ଭଗବାନ ଶ୍ରୀକୃଷ୍ଣଙ୍କ ୫୨୫୨ତମ ଜନ୍ମବାର୍ଷିକୀ ୨୦୨୫ରେ ପାଳନ କରାଯିବ। ଯଦି ଆମେ ଦ୍ରିକ ପଞ୍ଚାଙ୍ଗକୁ ବିଶ୍ୱାସ କରୁ, ତେବେ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଅଗଷ୍ଟ ୧୫ ତାରିଖ ରାତି ୧୧.୪୯ ରେ ଆରମ୍ଭ ହେବ ଏବଂ ଏହା ଅଗଷ୍ଟ ୧୬ ତାରିଖ ରାତି ୦୯.୨୪ ପର୍ଯ୍ୟନ୍ତ ରହିବ।
ସେହିପରି ରୋହିଣୀ ନକ୍ଷତ୍ର ଅଗଷ୍ଟ ୧୭ ତାରିଖ ସକାଳ ୦୪.୩୮ ରେ ଆରମ୍ଭ ହେବ। ଏପରି ପରିସ୍ଥିତିରେ ଲୋକମାନେ ଚଳିତ ବର୍ଷ ଜନ୍ମାଷ୍ଟମୀ ତିଥିକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି, ଏହା ଅଗଷ୍ଟ ୧୫ ରେ ପାଳନ କରାଯିବ କି ଅଗଷ୍ଟ ୧୬ ରେ ପାଳନ କରାଯିବ।
ବିଦ୍ୱାନମାନେ ବିଶ୍ୱାସ କରନ୍ତି ଯେ ଯଦି ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ର ସମାନ ନହୁଏ, ତେବେ ଉଦୟତିଥିକୁ ଚିହ୍ନି ଜନ୍ମାଷ୍ଟମୀ ପାଳନ କରାଯାଇପାରିବ। ଏପରି ପରିସ୍ଥିତିରେ ଉଦୟ ତିଥି ଅନୁସାରେ ଜନ୍ମାଷ୍ଟମୀ ୧୬ ଅଗଷ୍ଟରେ ସାରା ଦେଶରେ ପାଳିତ ହେବ।
ଶୁଭ ସମୟ:
ରାତି ପୂଜାର ସମୟ: ୧୬ – ୧୭ ଅଗଷ୍ଟ ରାତି ୧୨:୦୪ ରୁ ୧୨:୪୭ ପର୍ଯ୍ୟନ୍ତ।
ଉପବାସ ଭାଙ୍ଗିବାର ସମୟ – ୧୭ ଅଗଷ୍ଟ ସକାଳ ୦୫.୫୧
ମଧ୍ୟରାତ୍ରି ମୁହୂର୍ତ୍ତ – ୧୬ – ୧୭ ଅଗଷ୍ଟ ରାତି ୧୨.୨୫
ଚନ୍ଦ୍ରଉଦୟ ସମୟ – ଅଗଷ୍ଟ ୧୬ ତାରିଖ ରାତି ୧୧.୩୨
ପୂଜା ବିଧି: ଅଗଷ୍ଟ ୧୬ ତାରିଖ ଅର୍ଥାତ୍ ଜନ୍ମାଷ୍ଟମୀରେ ଉପବାସ ରଖନ୍ତୁ ଏବଂ ମଧ୍ୟରାତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ପାଳନ କରନ୍ତୁ।
ରାତି ୧୨ଟାରେ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ତାଙ୍କୁ କ୍ଷୀରରେ ସ୍ନାନ କରାନ୍ତୁ ଏବଂ ତା’ପରେ ପ୍ରଭୁଙ୍କୁ ପାଣିରେ ସ୍ନାନ କରାନ୍ତୁ। ଏବେ ତାଙ୍କୁ ଏକ ସଫା କପଡାରେ ପୋଛି ଦିଅନ୍ତୁ ଏବଂ ତାଙ୍କ ପାଇଁ ଅଣାଯାଇଥିବା ସ୍ୱତନ୍ତ୍ର ପୋଷାକ ପିନ୍ଧାନ୍ତୁ।
ତା’ପରେ ତାଙ୍କୁ ଫୁଲ ଏବଂ ମାଳା ଇତ୍ୟାଦି ପିନ୍ଧାଇ ସଜାଇ ଦିଅନ୍ତୁ। ତାପରେ ଦୋଳିରେ ବସାଇ ବାଳକୃଷ୍ଣଙ୍କୁ ଝୁଲାନ୍ତୁ। ଏହାପରେ ତାଙ୍କୁ ଲହୁଣୀ, ମିଠା, ପଞ୍ଚାମୃତ ଏବଂ ତୁଳସୀ ପତ୍ର ଅର୍ପଣ କରନ୍ତୁ।