ଆସୁଛି ଲଘୁଚାପ, ଆସନ୍ତାକାଲିଠୁ ପ୍ରବଳ ବର୍ଷା !

୧୩ ରେ ଲଘୁଚାପ, ୧୨ ତାରିଖରୁ ବଡ଼ ବର୍ଷା।

ଭୁବନେଶ୍ୱର: ଆସୁଛି ଲଘୁଚାପ। ଆସନ୍ତାକାଲିଠୁ ବଡ଼ ବର୍ଷା। ୧୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ପ୍ରଭାବରେ ୧୨ ତାରିଖରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆସନ୍ତାକାଲି ବଡ଼ ବର୍ଷା ନେଇ ୧୨ ତାରିଖ ସକାଳୁ ୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।  ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି।

ଯଦି ଦେଖିବା ୧୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୨ ତାରିଖରୁ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୧୪ ତାରିଖ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।