ପ୍ରେମିକ ସହ ଶୋଇବା ପାଇଁ ପ୍ରେମିକା ଖୋଜୁଛି ସୁନ୍ଦରୀ ଝିଅ, ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା
ପ୍ରେମିକ ପାଇଁ ପ୍ରେମିକା ଖୋଜୁଛି ସୁନ୍ଦରୀ ଝିଅ
ଓଡିଶାଭାସ୍କର: ପ୍ରେମିକ ପାଇଁ ପ୍ରେମିକା ଖୋଜୁଛି ସୁନ୍ଦରୀ ଝିଅ। ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଏହି ପ୍ରେମୀଯୁଗଳଙ୍କ ନାଁ ହେଉଛି ନତାଶା ଏବଂ ଗ୍ରେଗୋରୀ। ଦୁହେଁ ଏକ ଡେଟିଂ ଆପରେ ଦେଖାହୋଇଥିଲେ ଏବଂ ପରସ୍ପରକୁ ଭଲ ପାଇ ବସିଲେ। ସେମାନଙ୍କ ମଧ୍ୟରେ ଆଜି ମଧ୍ୟ ପ୍ରେମ ବହୁତ ନିବିଡ଼।
କିନ୍ତୁ ଏହାରି ମଧ୍ୟରେ ଏକ ଅଜବ କଥା ସାମ୍ନାକୁ ଆସିଛି ଯେ, ନତାଶା ଗ୍ରେଗୋରୀ ପାଇଁ ଅଲଗା ସୁନ୍ଦରୀ ଝିଅ ଖୋଜନ୍ତି, ଯାହାଙ୍କ ସହିତ ସେ ଶୋଇପାରିବେ।
ଛଅ ଫୁଟ ଉଚ୍ଚତା ବିଶିଷ୍ଟ ଗ୍ରେଗୋରୀ କୁହନ୍ତି, “ଯେତେବେଳେ ମୁଁ ନତାଶାଙ୍କୁ ଭେଟିଲି, ମୁଁ ବିଶ୍ୱାସ କରିପାରୁ ନଥିଲି ଯେ ସେ ଏତେ ଭଲ। ଡେଟିଂ ଆପରେ ଏପରି ମହିଳା ବହୁତ କମ୍ ମିଳନ୍ତି।”
ଅନ୍ୟପକ୍ଷରେ, ନତାଶା ନିଜଠାରୁ କମ ବୟସର ପୁରୁଷଙ୍କ ସହ ଡେଟ୍ କରିବାକୁ ପସନ୍ଦ କରନ୍ତି। କିନ୍ତୁ ଗ୍ରେଗୋରୀ ଏପର୍ଯ୍ୟନ୍ତ ତାଙ୍କର ସବୁଠାରୁ ଭଲ ସାଥୀ।
ନତାଶା ଆହୁରି ମଧ୍ୟ କହିଛନ୍ତି ଯେ, “ଗ୍ରେଗୋରୀଙ୍କ ପାଇଁ ମୁଁ ସୁନ୍ଦର ଝିଅ ଦେଖେ। ମତେ ଯେଉଁ ମହିଳା ଆକର୍ଷଣୀୟ ଦେଖାଯାନ୍ତି, ମୁଁ ଜାଣେ ଯେ ଗ୍ରେଗୋରୀ ସେମାନଙ୍କୁ ମଧ୍ୟ ପସନ୍ଦ କରିବେ।”
ସେହି ଦୁଇଜଣ ନିଷ୍ପତ୍ତି ନେଇଥିଲେ ଯେ ସେମାନେ କେହି କାହାକୁ ରୋକଠୋକ କରିବେ ନାହିଁ ଏବଂ ମନଖୋଲି ପସନ୍ଦ ଅନୁସାରେ ଜୀବନ ଅତିବାହିତ କରିବେ। ନତାଶାଙ୍କ ପିତାମାତା କିନ୍ତୁ ତାଙ୍କର ଏଭଳି ଜୀବନଶୈଳୀକୁ ଗ୍ରହଣ କରନ୍ତି ନାହିଁ।