ବୁର୍ଲାରେ ଆଖି ବୁଜିଲେ ସକାଳେ ଆତ୍ମାହୁତି ଦେଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀ
ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା।
ସମ୍ୱଲପୁର: ବଞ୍ଚେଇ ପାରିଲେନି ଡାକ୍ତର। ସକାଳେ ଅଧା ଜଳିଥିଲେ ଆଉ ହସ୍ପିଟାଲରେ ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକା। ହଁ ଆଜ୍ଞା ଆମେ କହୁଛୁ ବରଗଡ଼ରେ ଆଜି ସକାଳେ ପେଟ୍ରୋଲ ଢ଼ାଳିହୋଇ ଜଳି ଯାଇଥିବା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ କଥା।
ଯାହାଙ୍କୁ ସକାଳେ ତାଙ୍କ ମାମୁଁଘର ଗାଁର ଏକ ପଡ଼ିଆରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିବା ସୂଚନା ମିଳିଛି।
ସୂଚନାନୂସାରେ, ଆଜି ସକାଳେ ବରଗଡ଼ ଫିରିଙ୍ଗିମାଲ ଗାଁରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହୋଇଥିଲେ ମୃତ ଅଷ୍ଟମ ଶ୍ରେଣୀ ଛାତ୍ରୀ। ପ୍ରଥମେ ତାଙ୍କୁ ବରଗଡ଼ ଆଉ ପରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ହେଲେ ନାବାଳିକାଙ୍କ ଦେହରେ କିଏ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଛି କି ସିଏ ନିଜେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନି।