ମୋବାଇଲ୍ ପାଇ ପ୍ରେମିକ ହାତରେ ଝିଅକୁ ଟେକି ଦେଲା ବାପା, ସାମ୍ନାକୁ ଆସିଲା ୟୁନିକ୍ ଲଭଷ୍ଟୋରୀର କାହାଣୀ
ପ୍ରେମିକ ହାତରେ ଝିଅକୁ ଦେଇ ଅଜବ ସର୍ତ୍ତ ରଖିଲେ ବାପା।
ପାକିସ୍ତାନ: ପାକିସ୍ତାନରୁ ଏକ ଆକର୍ଷଣୀୟ ଏବଂ ଅନନ୍ୟ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଜଣେ ପୁଅ କେବଲ ଗୋଟିଏ ସ୍ମାର୍ଟ ଫୋନ୍ ଦେଇ ଝିଅର ବାପାଙ୍କୁ ତାଙ୍କ ବିବାହ ପ୍ରସ୍ତାବ ଦେଇଥିଲେ। ଯାହାକୁ ଶ୍ୱଶୁର ବି ଗ୍ରହଣ କରିନେଇଥିଲେ।
ଏକାଧାରାରେ କହିବାକୁ ଗଲେ ପ୍ରେମିକ ଜଣକ ତାଙ୍କ ପ୍ରେମିକାକୁ ପାଇବା ପାଇଁ ଶ୍ୱଶୁରଙ୍କୁ କେବଳ ଗୋଟିଏ ଫୋନ୍ ଦେଇ ଝିଅର ହାତ ମାଗିଥିଲେ। ଆଉ ଯେତେବେଳେ ପୁଅଟିକୁ ପଚରାଗଲା ମୋବାଇଲ୍ ବଦଲରେ ତାଙ୍କୁ ଆଉ କିଛି ଦାବି କରାଯାଇଛି କି? ସେତେବେଳେ ସେ ହସି ହସି କହିଲେ ହଁ, ନିଶ୍ଚିତ ଭାବରେ ଏହାଛଡ଼ା ଆହୁରି ଏକ ସର୍ତ୍ତ ଥିଲା। ଆଉ ସେହି ସର୍ତ୍ତ ଶୁଣିଲେ ଆପଣଙ୍କୁ ବି ସକ୍ ଲାଗିଯିବ।
ଝିଅର ବାପାଙ୍କୁ ଯେହେତୁ ତାଙ୍କ ଭାବି ଜ୍ୱାଇଁ ମୋବାଇଲ୍ ଦେଇଥିଲେ। ତେଣୁ ଭାବି ଶ୍ୱଶୁର ସର୍ତ୍ତ ରଖିଥିଲେ ଯେ, ତାଙ୍କର ଯେତେବେଳେ ପ୍ରଥମ ସନ୍ତାନ ହେବ ସେତେବେଳେ ସେ ଘରେ Wi-Fi ର ବ୍ୟବସ୍ଥା କରୋଇଦେବେ।
ଅନନ୍ୟ ପ୍ରେମ କାହାଣୀ: ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓଟି ପାକିସ୍ତାନର ପ୍ରସିଦ୍ଧ YouTuber ସୟଦ ବାସିତ ଅଲିଙ୍କର। ଏହି କାହାଣୀର ମୁଖ୍ୟ ଚରିତ୍ରମାନେ ହେଉଛନ୍ତି ସମାନ (ପୁଅ) ଏବଂ ଏସାନ (ଝିଅ)।
ସମାନ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ସେ ଝିଅର ବାପାଙ୍କୁ ବହୁତ ବୁଝାଇବାକୁ ଚେଷ୍ଟା କରିଥିଲେ, ଅନେକ ଥର ଧମକ ମଧ୍ୟ ଦେଇଥିଲେ, ଯାହା ଦ୍ୱାରା ସେ ତାଙ୍କ ଝିଅର ସମ୍ପର୍କକୁ ଗ୍ରହଣ କରିବେ, କିନ୍ତୁ ସେ ରାଜି ହୋଇ ନଥିଲେ।
ଏହା ପରେ ଯେତେବେଳେ ମୁଁ ତାଙ୍କୁ ଏକ Redmi ଟଚ୍ ଫୋନ୍ ଦେଇଥିଲି ସେ ତୁରନ୍ତ ବିବାହ ପାଇଁ ହଁ କହିଥିଲେ। ଯାହା ଏକ ସାକ୍ଷାତକାରରେ ସେ କହିଛନ୍ତି।
ମୋବାଇଲ୍ ପାଇଁ ଏକାଠି: ଏହି ସମ୍ପୂର୍ଣ୍ଣ ପ୍ରେମ କାହାଣୀର ବିଶେଷ କଥା ହେଉଛି ଯେ କୌଣସି ପ୍ରକାରର ମିଳନ ବିନା, ପ୍ରେମର ଏହି ସୁନ୍ଦର କାହାଣୀଟି ଏକ ମୋବାଇଲ୍ ପାଇଁ ସଫଳ ହୋଇଛି।
ଏହା ବ୍ୟତୀତ ଯେତେବେଳେ ତାଙ୍କୁ ପଚାରିଲେ ଯେ ସେ ସମାଜକୁ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ସେତେବେଳେ ସମାନ କହିଥିଲେ ଯେ ଆମେ ଆମର ମର୍ଯ୍ୟାଦା ବଜାୟ ରଖିବା ଉଚିତ ଏବଂ ଅନାବଶ୍ୟକ ପ୍ରେମରେ ଆମର ସମୟ ନଷ୍ଟ କରିବା ଉଚିତ୍ ନୁହେଁ।
ଶେଷରେ ସେ ଝିଅର ବାପାଙ୍କୁ ଧନ୍ୟବାଦ ଜଣାଇଥିଲେ ଯିଏ ମୋବାଇଲ୍ ବଦଳରେ ତାଙ୍କ ଝିଅର ହାତ ଦେଇଥିଲେ। ଏପରି ବାପା ପାଇବା ପ୍ରକୃତରେ ଏକ ସମ୍ମାନର କଥା। ତାଙ୍କ କାହାଣୀ ମଧ୍ୟ ଏହି ବାର୍ତ୍ତା ଦେଇଥାଏ ଯେ ପ୍ରେମ ଏବଂ ସମ୍ପର୍କକୁ ଜ୍ଞାନ ଏବଂ ସମ୍ମାନ ସହିତ ବଜାୟ ରଖିବା ଉଚିତ।