24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, 3 ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି, ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ ବର୍ଷାର ସ୍ଥିତି କେମିତି…
ସାରା ରାଜ୍ୟରେ ବର୍ଷା ହେବାସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବ । ୨୪ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଓଡ଼ିଶା ଭାସ୍କର: ଅଧିକ ଘନୀଭୂତ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି ସୃଷ୍ଟି ହୋଇଥିବା ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଓ ତତସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ଏହା ସକ୍ରିୟ ରହିଛି ।
ଏହା ଆସନ୍ତା ୧୨ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ପଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆସନ୍ତାକାଲି ସକାଳେ ଅବପାତଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଦେଇ ଗତି କରିବ । ପ୍ରଭାବରେ ଆସନ୍ତା ୫ ଦିନ ବର୍ଷା ହେବା ସହ ୨୪ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ସହ ରେଡ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ ।
ଆଜି ୩ଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁରରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ବର୍ଷାକୁ ନେଇ ୨ଟି ଜିଲ୍ଲା ମାଲକାନଗିରି ଓ ନବରଙ୍ଗପୁରରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ । ଅତିପ୍ରବଳ ବର୍ଷା ନେଇ ୱାର୍ଣ୍ଣିଂ ଥିବାରୁ ସ୍କୁଲ ଛୁଟି ଘୋଷଣା କରାଯାଇଥିଲା । ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ମଧ୍ଯ ଜାରି କରିଛି ।
ସାରା ରାଜ୍ୟରେ ବର୍ଷା ହେବାସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବ । ୨୪ ତାରିଖ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ସେପଟେ ସମୁଦ୍ର ଉପକୂଳ ଅଞ୍ଚଳରେ ୪୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ଏନେଇ ସମୁଦ୍ର ଅଶାନ୍ତ ରହିବ । ତେଣୁ ମେଘୁଆ ପାଗ ଓ ପବନର ବେଗକୁ ନେଇ ୧୮ ରୁ ୨୦ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ ।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି
ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆହୁରି ୩ ଦିନ ପ୍ରବଳ ବର୍ଷା । ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି । ଏହା ଆସନ୍ତା ୨୪ ଘଣ୍ଟାରେ ଅଧିକା ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସହ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ୧୯ ତାରିଖ ସକାଳେ ଅବପାତଟି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଦେଇ ଗତି କରିବା । ପ୍ରଭାବରେ ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷର ସମ୍ଭାବନା ରହିଛି ।
Warning over the State.
Day-1:Heavy to Very Heavy Rainfall with Extremely Heavy Falls, Thunderstorm/Lightning & Gusty Surface Wind warning.
Day-2:Heavy Rainfall, Thunderstorm/Lightning & Gusty Surface Wind warning.
Day-3 & Day-4:Thunderstorm/Lightning & Gusty Surface Wind warning pic.twitter.com/7nuH7891Uu— Meteorological Centre, Bhubaneswar (@mcbbsr) August 18, 2025
ପଢ଼ନ୍ତୁ ଅଧିକ ଖବର….ସୁନା ଝୁଲଣାରେ ଝୁଲିବେ, ରୂପା ଚାମଚରେ ଖାଇବେ ଏ 4 ରାଶି, ପାଦ ମାଡିବନି ଦୁଃଖ- ଦାରିଦ୍ର୍ଯ…
ଆଜି ପ୍ରବଳ ଛେଚିବ-
ଆଜି ଦକ୍ଷିଣ ଓଡ଼ିଶାରେ ନିର୍ଧୁମ ଛେଚିବ ବର୍ଷା । ଅତି ପ୍ରବଳରୁ ଭୀଷଣ ବର୍ଷା ନେଇ ୩ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ ।ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଳାହାଣ୍ଡି, କନ୍ଧମାଳ, ରାୟଗଡା ଓ ଗଜପତି ଏହି ୪ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ପ୍ରବଳ ବର୍ଷା ପାଇଁ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ, ଗଞ୍ଜାମ, ବୌଦ୍ଧ, ବଲାଙ୍ଗୀର ଓ ନୂଆପଡାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ପବନ ବହିବ ।
ସ୍କୁଲ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି:
ମାଲକାନଗିରିରେଗତକାଲି ଜିଲ୍ଲାର ସବୁ ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ଘୋଷଣା ହୋଇଛି । ରେଡ୍ ଆଲର୍ଟ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ । ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି । କାଲିମେଳା ଓ ପଡିଆ ମୁଖ୍ୟରାସ୍ତାର କନ୍ୟାଶ୍ରମ ପୋଲ ଉପରେ ପାଣି ଚାଲୁଛି । କାଲିମେଳା ଓ ପଡିଆକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ନବରଙ୍ଗପୁରର ସବୁ ସ୍କୁଲ ଛୁଟି-
ନବରଙ୍ଗପୁରରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଆଜି ଗୋଟିଏ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ଏପଟେ ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ୧୦ ବିଡିଓ ଓ ତହସିଲଦାରଙ୍କୁ ସଜାଗ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରେ ସମ୍ଭାବ୍ୟ ପାଣି ଜମିବା ଆଶଙ୍କାରେ ଓଡ୍ରାଫ୍ଟ ଟିମ ସଜାଗ ରହିଛନ୍ତି ।
ବର୍ଷା ପାଣିରେ ବୁଡିଲା ପୋଲ, ଯାତାୟତ ଠପ୍-
ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା । ବର୍ଷା ପାଣିରେ ବୁଡିଲା ପୋଲ । ୩୨୬ ନମ୍ବର ଯାତିୟ ରାଜପଥ ପଥରେ ଅଟକି ରହିଛି ଆମ୍ବୁଲାନ୍ସ, ବସ୍, ଟ୍ରକ ଓ ବହୁ ଗାଡି । ମାଲାକାନଗିରିରୁ ମୋଟୁ ସମେତ ଦୁଇ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ । ଗତକାଲି ରାତିରେ ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁଁ ୩୨୬ ନମ୍ବର ଯାତିୟ ରାଜପଥ ଥିବା କାଙ୍ଗୁରୁକୁଣ୍ଡା ପୋଲୋ ଉପରେ ଚାଲିଛି ୨ଫୁଟର ପାଣି । ଅତ୍ୟାଧିକ ବର୍ଷା ଯୋଗୁଁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥୂବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେ ହେଉଥିବା ଦେଖିବାକୁ ମିଳିଛି ।
ବନ୍ୟା ପାଣିରେ ପୋଲ ବୁଡ଼ି ଯାଇଛି । ପୋଲ ଉପରେ ୨ରୁ ୩ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । କାଙ୍ଗୁରୁକୋଣ୍ଡା, ଏମ୍ ଭି ୯୦ ନମ୍ବର ପୋଲୋ ଓ କନ୍ୟା ଆଶ୍ରମ ପୋଲ ଉପରେ ପାଣି ଚାଲିଥିବା ବେଳେ, ପଟେରୁ ପୋଲ ଉପରେ ଦୁଇ ରୁ ତିନି ଫୁଟର ପାଣି ପ୍ରାବାହିତ ହେଉଛି । କାଲିମେଳା ପୋଲିସ କର୍ମଚାରୀମାନେ ପୋଲ ପାର ହେବାକୁ ଲୋକଙ୍କୁ ବାରଣ କରୁଛନ୍ତି । ପ୍ରଶାସନ ପକ୍ଷରୁ ପୋଲର ଉଭୟ ପାର୍ଶ୍ଵରେ ଦଉଡି ବନ୍ଧାଯାଇ ଯାତାୟତକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଯାତାୟତ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ଅଟକି ରହିଛି । ଏହା ଫଳରେ ଓଡ଼ିଶାରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।
ଗତ କାଲିଠାରୁ ବର୍ଷା ଲାଗିରହିଥିବା ବେଳେ ଜଳସ୍ତର ଆହୁରି ବୃଦ୍ଧି ପାଇବ ଇବା ଆଶଙ୍କା ଦେଖାଦେଇଛି । ସେହିପରି ପଡ଼ିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ୨ ରୁ ୪ଫୁଟ ପାଣି ପ୍ରବାହ ଦେଖିବାକୁ ମିଳିଛି । ଯାହାଫଳରେ କାଲିମେଳାରୁ ପଡ଼ିଆ ଯାତାୟତ ବାଧକ ପ୍ରାପ୍ତ ରହିଛି । ବର୍ଷାକୁ ନଜରରେ ରଖ୍ ପ୍ରଶାସନିକ ଅଧିକାରୀମାନେ ସଜାଗ ରହିଛନ୍ତି । ଜିଲ୍ଲା ବିପର୍ୟ୍ୟୟ ପରିଚାଳନା ଅଧିକାରୀ କାଙ୍ଗୁରୁକୋଣ୍ଡା ଗସ୍ତ କରି ସ୍ଥିତି ଉପରେ ନଜର ରଖୁଛନ୍ତି । କାଲିମେଳା ବିଡିଓ, ମଟୁ ତହସିଲଦାର ଓ କାଲିମେଳା ଥାନା ଅଧିକାରୀ ବୁଡ଼ି ଯାଇଥିବା ପୋଲ ଅଞ୍ଚଳ ଗସ୍ତ କରି ସ୍ତିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଉଛନ୍ତି ।
ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ସଦର ଦେଇ ଯାଇଥିବା ଜାତୀୟ ରାଜପଥରେ ପାଣି-
ଯାତାୟାତରେ ସମସ୍ୟା ଉପୁଜିବା ସହ ବିଭିନ୍ନ ଦୋକାନ ଓ ଘରେ ପଶିଲା ପାଣି । ଜିଲ୍ଲା ସଦରରେ ଆଜି ସକାଳୁ ବର୍ଷା ଲାଗି ରହିଥିବା ବେଳେ ଗତକାଲି ସନ୍ଧ୍ୟା ସମୟରୁ ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ସଦର ଦେଇ ଯାଇଥୁବ ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପାଣି ଜମିବାରେ ଲାଗିଛି । ଜିଲ୍ଲା ସଦର ଏସ୍ପି ଅଫିସ ନିକଟରେ ଓ ମୁଖ୍ୟ ଚିକିତ୍ସାଳୟ ନିକଟରେ ରାସ୍ତା ଉପରେ ୩ ଫୁଟରୁ ଅଧିକ ପାଣି ଜମିବାରୁ ମୋଟର ସାଇକେଲ ଓ ଛୋଟ ଗାଡି ଯିବା ଆସିବା କଷ୍ଟକର ହୋଇପଡିଛି । ଏହା ସହ ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ବିଭିନ୍ନ ଦୋକାନ ଏବଂ ଘର ମଧ୍ୟରେ ପାଣି ପଶି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ପରିସ୍ଥିତି ଉପୁଜିବା ବେଳେ ଦୋକାନୀ ଓ ସ୍ଥାନୀୟ ଲୋକେ ନିଜ ଦୋକାନ ଏବଂ ଘରୁ ପାଣି ବାହାର କରିବାରେ ଲାଗିପଡିଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ପାଣି ବାହାର କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି ।
ଏପର୍ଯ୍ୟନ୍ତ କେତେ ବର୍ଷା:
ଏପଟେ ମୌସୁମୀ ଋତୁ ଅର୍ଥାତ୍ ଜୁନ ୧ରୁ ଆଜି ପର୍ୟ୍ୟନ୍ତ ରାଜ୍ୟରେ ୭୨୬ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ସ୍ୱାଭାବିକ ବର୍ଷା ୭୭୨.୮ ମିମି ରହିବା କଥା । ରାଜ୍ୟରେ ଏବେବି ୬ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି । ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା, ୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ସହ ୯ଟି ସ୍ଥାନରେ ପ୍ରବଳ ଓ ଗୋଟିଏ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ଼ ହୋଇଥିବା ବେଳେ ସର୍ବାଧିକ ବର୍ଷା କୋରାପୁଟ କୋଟପାଡ଼ର ୧୩୩ ମିମି ରେକର୍ଡ କରାଯାଇଛି ।