ଗୋଟିଏ ମ୍ୟାଚରେ 10 ୱିକେଟ ସାଙ୍ଗକୁ ବିସ୍ଫୋରକ ଶତକ ହାସଲ କରିଥିବା ଏଭଳି 3 ଖେଳାଳି, ଇତିହାସରେ ଅମର ରହିବ ଏ ନାଁ…

କଳ୍ପନା କରନ୍ତୁ, ଯଦି ଜଣେ ଖେଳାଳି ଗୋଟିଏ ଶତକ ହାସଲ କରନ୍ତି ଏବଂ ସମାନ ମ୍ୟାଚ୍‌ରେ 10 ୱିକେଟ୍ ମଧ୍ୟ ନିଅନ୍ତି, ତେବେ ସେହି ସଫଳତା କେତେ ଐତିହାସିକ ହୋଇଥିବ। ଏଭଳି ରେକର୍ଡ ବା ସଫଳତା ଏପର୍ଯ୍ୟନ୍ତ କେବଳ ତିନି ଜଣ କିମ୍ବଦନ୍ତୀ ଅଲରାଉଣ୍ଡରଙ୍କ ଦ୍ୱାରା ହାସଲ କରାଯାଇଛି।

ଓଡ଼ିଶା ଭାସ୍କର: ଟେଷ୍ଟ କ୍ରିକେଟକୁ ଖେଳର ସବୁଠାରୁ କଷ୍ଟକର ଫର୍ମାଟ ବୋଲି ବିବେଚନା କରାଯାଏ। ଏହି ଫର୍ମାଟ ଜଣେ ଖେଳାଳିଙ୍କ ପ୍ରକୃତ ପରୀକ୍ଷା କରେ କାରଣ ପାଞ୍ଚ ଦିନ ଧରି ନିରନ୍ତର ଧୈର୍ଯ୍ୟ, ଫିଟନେସ୍ ଏବଂ ଭଲ ପ୍ରଦର୍ଶନ ଦେଖାଇବା ସହଜ ନୁହେଁ। ବ୍ୟାଟjଙ୍କୁ ଏକ ଲମ୍ବା ଇନିଂସ ଖେଳିବାକୁ ପଡ଼ିଥାଏ ଏବଂ ବୋଲରଙ୍କୁ ୱିକେଟ୍ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। କିନ୍ତୁ କଳ୍ପନା କରନ୍ତୁ, ଯଦି ଜଣେ ଖେଳାଳି ଗୋଟିଏ ଶତକ ହାସଲ କରନ୍ତି ଏବଂ ସମାନ ମ୍ୟାଚ୍‌ରେ 10 ୱିକେଟ୍ ମଧ୍ୟ ନିଅନ୍ତି, ତେବେ ସେହି ସଫଳତା କେତେ ଐତିହାସିକ ହୋଇଥିବ। ଏଭଳି ରେକର୍ଡ ବା ସଫଳତା ଏପର୍ଯ୍ୟନ୍ତ କେବଳ ତିନି ଜଣ କିମ୍ବଦନ୍ତୀ ଅଲରାଉଣ୍ଡରଙ୍କ ଦ୍ୱାରା ହାସଲ କରାଯାଇଛି।

ଗୋଟିଏ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଏବଂ 10 ୱିକେଟ୍ ନେଇଥିବା ବୋଲର-

ଇଆନ୍ ବୋଥାମ୍

ଟେଷ୍ଟ କ୍ରିକେଟ୍ ଇତିହାସରେ ଏହି ସଫଳତା ହାସଲ କରିଥିବା ପ୍ରଥମ ଅଲରାଉଣ୍ଡର ଥିଲେ ଇଂଲଣ୍ଡର କିମ୍ବଦନ୍ତୀ ଇଆନ୍ ବୋଥାମ୍। ବୋଥାମ୍ 1980 ମସିହାରେ ଭାରତ ବିପକ୍ଷରେ ସମାନ ଟେଷ୍ଟ ମ୍ୟାଚ୍‌ରେ ଶତକ ହାସଲ କରି ଏବଂ 10 ୱିକେଟ୍ ନେଇ ଇତିହାସ ରଚିଥିଲେ। ବୋଥାମ୍ ଭାରତର ପ୍ରଥମ ଇନିଂସରେ 6 ୱିକେଟ୍ ନେଇଥିଲେ। ଏହା ପରେ, ବୋଥାମ୍ ଇଂଲଣ୍ଡର ପ୍ରଥମ ଇନିଂସରେ 114 ରନର ଇନିଂସ୍ ଖେଳି ଇତିହାସ ସୃଷ୍ଟି କରିଥିଲେ। ଅନ୍ୟପକ୍ଷରେ ବୋଥାମ ଭାରତର ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ନେଇ ଇତିହାସ ପୃଷ୍ଠାରେ ନିଜ ନାମ ପଞ୍ଜିକୃତ କରିଥିଲେ।

ଇମ୍ରାନ ଖାନ

ପାକିସ୍ତାନର କିମ୍ବଦନ୍ତୀ ଅଲରାଉଣ୍ଡର ଇମ୍ରାନ ଖାନ ମଧ୍ୟ ଭାରତ ବିପକ୍ଷରେ ଏହି କୃତିତ୍ୱ ହାସଲ କରିଛନ୍ତି। ୧୯୮୩ ମସିହାରେ ଇମ୍ରାନ ଭାରତ ବିପକ୍ଷରେ ପ୍ରଥମ ଇନିଂସରେ ୬ ୱିକେଟ୍ ଏବଂ ଦ୍ୱିତୀୟ ଇନିଂସରେ ୫ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଇମ୍ରାନ ମ୍ୟାଚରେ ଏକ ଚମତ୍କାର ଶତକ ମଧ୍ୟ ହାସଲ କରିଥିଲେ। ଇମ୍ରାନ ୧୧୭ ରନ୍ ର ଇନିଂସ ଖେଳି ଇତିହାସ ସୃଷ୍ଟି କରିଥିଲେ।

ସାକିବ ଅଲ୍ ହାସନ

ବାଂଲାଦେଶର କିମ୍ବଦନ୍ତୀ ଅଲରାଉଣ୍ଡର ସାକିବ ଅଲ୍ ହାସନ ଏହି ତାଲିକାର ତୃତୀୟ ଏବଂ ଶେଷ ଖେଳାଳି। ସାକିବ ୨୦୧୪ ମସିହାରେ ଜିମ୍ବାୱେ ବିପକ୍ଷରେ ଏହି କୃତିତ୍ୱ ହାସଲ କରିଥିଲେ। ସାକିବ ଜିମ୍ବାୱେ ବିପକ୍ଷରେ ଉଭୟ ଇନିଂସରେ ୫ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ସାକିବ ଏକ ଜବରଦସ୍ତ ଶତକ ହାସଲ କରି ଇତିହାସ ପୃଷ୍ଠାରେ ନିଜ ନାମ ପଞ୍ଜିକୃତ କରିଥିଲେ। ସାକିବ ମୋଟ ୧୩୭ ରନ୍ ର ଇନିଂସ ଖେଳିଥିଲେ।