ରାଜଧାନୀରେ ଆଜି ଝଡ଼ବର୍ଷା ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି, ଏହି ୧୫ଟି ରାଜ୍ୟରେ ତାଣ୍ଡବ ରଚିବ ବର୍ଷା

ଜାଣନ୍ତୁ ସେହି ୧୫ଟି ରାଜ୍ୟର ସ୍ଥିତି।

ନୂଆଦିଲ୍ଲୀ: କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ଗରମ ଅନୁଭୂତ ହେଉଛି। ବର୍ଷା ଋତୁ ହୋଇ ମଧ୍ୟ ବର୍ଷା ନେଇ। ହେଲେ ଦିଲ୍ଲୀ ବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ଏହାକି ପାଣିପାଗ ବିଭାଗ ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି।

ଅର୍ଥାତ୍ ଆଜି ଦିଲ୍ଲୀରେ ପ୍ରବଳ ବର୍ଷା ସହିତ ଝଡ଼ବର୍ଷାର ସମ୍ଭାବନା ଅଛି। ଅଗଷ୍ଟ ୨୩ ରୁ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ଜାରି ରହିବ। ଦିଲ୍ଲୀ ସହିତ ଅନ୍ୟାନ୍ୟ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ସତର୍କତା ଜାରି କରାଯାଇଛି।

ଅନ୍ୟପକ୍ଷରେ ୨୩ ଅଗଷ୍ଟରେ ଝାଡ଼ଖଣ୍ଡ ଏବଂ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୬-୭ ଦିନ ମଧ୍ୟରେ ମଧ୍ୟପ୍ରଦେଶ, ଛତିଶଗଡ଼ର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

୨୩ ରୁ ୨୬ ଅଗଷ୍ଟ ମଧ୍ୟରେ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ବିହାରର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ ୫ ଦିନ ମଧ୍ୟରେ ଏହି ଅଞ୍ଚଳଗୁଡ଼ିକରେ ଘଡ଼ଘଡ଼ି ଏବଂ ବିଜୁଳି ମାରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଆଗାମୀ ୭ ଦିନ ବର୍ଷା: ଆଗାମୀ ୭ ଦିନ ମଧ୍ୟରେ ପାହାଡ଼ିଆ ଅଞ୍ଚଳରେ ବର୍ଷା ଜାରି ରହିବାର ସମ୍ଭାବନା ମଧ୍ୟ ରହିଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡରେ ଅଗଷ୍ଟ ୩୦ ପର୍ଯ୍ୟନ୍ତ ବର୍ଷା ଜାରି ରହିବ।

ରାଜସ୍ଥାନର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅଗଷ୍ଟ ୨୩ ରୁ ୨୭ ମଧ୍ୟରେ ହରିୟାଣା, ଉତ୍ତର ପ୍ରଦେଶ, ପଞ୍ଜାବ, ଜମ୍ମୁ ଏବଂ କାଶ୍ମୀରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଅଗଷ୍ଟ ୨୪ ରୁ ୨୬ ମଧ୍ୟରେ ପୂର୍ବ ରାଜସ୍ଥାନର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

୨୩ ଅଗଷ୍ଟରେ ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆସନ୍ତା ୭ ଦିନ ମଧ୍ୟରେ ଜମ୍ମୁ-କାଶ୍ମୀର, ଲଦାଖ, ମୁଜାଫରାବାଦରେ ବଜ୍ରପାତ ସହିତ ବର୍ଷା ହୋଇପାରେ।

୨୩ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତର ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଅଛି। ୨୫ ଅଗଷ୍ଟରୁ ଗୁଜରାଟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହୋଇପାରେ। ୨୫ ଅଗଷ୍ଟରେ କୋଙ୍କଣରେ ପ୍ରବଳ ବର୍ଷା ଜାରି ରହିବ।

ଏହି ରାଜ୍ୟଗୁଡ଼ିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ଅଛି: ୨୬ ଅଗଷ୍ଟରେ ମଧ୍ୟ ମହାରାଷ୍ଟ୍ର, କୋଙ୍କଣ ଏବଂ ଗୋଆରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଅଛି।

ଆସନ୍ତା ୫ ଦିନ ମଧ୍ୟରେ ଗୁଜରାଟ ଉପକୂଳରେ ଏବଂ ୨୫-୨୬ ଅଗଷ୍ଟରେ ମହାରାଷ୍ଟ୍ର ଉପକୂଳରେ ପ୍ରବଳ ପବନ ବହିପାରେ। ଆସନ୍ତା ୭ ଦିନ ମଧ୍ୟରେ ଏହି ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।

୨୩ ରୁ ୨୭ ଅଗଷ୍ଟ ମଧ୍ୟରେ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଅଛି।

୨୬ ଏବଂ ୨୮ ଅଗଷ୍ଟ ମଧ୍ୟରେ ଉପକୂଳ କର୍ଣ୍ଣାଟକ, କେରଳ ଏବଂ ଆନ୍ଧ୍ର ପ୍ରଦେଶର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ୨୩ ଏବଂ ୨୪ ଅଗଷ୍ଟରେ ତାମିଲନାଡୁ, ତେଲେଙ୍ଗାନାରେ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ସମ୍ଭାବନା ଅଛି।

ଆଗାମୀ ୫ ଦିନ ମଧ୍ୟରେ ଉପକୂଳ ଆନ୍ଧ୍ର ପ୍ରଦେଶ, ୟାନମ୍ ଏବଂ ଆଭ୍ୟନ୍ତରୀଣ କର୍ଣ୍ଣାଟକରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।