ଅନୀଲ ଅମ୍ୱାନୀଙ୍କୁ ଜୋରଦାର ଝଟକା, ଅମ୍ୱାନିଙ୍କ ଘର ସମେତ ୬ଟି ସ୍ଥାନରେ ED ପରେ CBIର ରେଡ୍

ED ପରେ CBI ଚଢ଼ାଉକୁ ନେଇ ଚର୍ଚ୍ଚା ଜୋରଦାର।

ମୁମ୍ୱାଇ: ଶିଳ୍ପପତି ଅନୀଲ ଅମ୍ୱାନୀଙ୍କ ଘରେ ପଶିଲା CBI। ଇଡି ପରେ CBI ଚଢ଼ାଉକୁ ନେଇ ଚର୍ଚ୍ଚା ଜୋରଦାର। ୧୭,୦୦୦ କୋଟି ବ୍ୟାଙ୍କ ଋଣ ଜାଲିଆତି ମାମଲାରେ ଚଢ଼ାଉ। ଏକକାଳୀନ ମୁମ୍ୱାଇ ସମେତ ୬ଟି ସ୍ଥାନରେ CBIର ଚଢ଼ାଉ ଜାରି। ଆର୍ଥିକ ଅନିୟମିତତା ଓ ମନି ଲଣ୍ଡରିଂ ମାମଲାରେ ରେଡ୍।

ହଁ ଆଜ୍ଞା ଦିନକୁ ଦିନ ବ୍ୟବସାୟୀ ଅନୀଲ ଅମ୍ବାନୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ଇଡି ଅନୀଲଙ୍କୁ ପଚରାଉଚରା କରିଥିଲା। ୨୦୨୫ ମସିହା ଜୁନ୍ ମାସ ୧୩ ତାରିଖରେ SBI ଆକାଉଣ୍ଟରୁ ଠକେଇ ହୋଇଥିବା ଜଣାପଡିଥିଲା।

ସୂତ୍ର ଅନୁସାରେ, CBI କମ୍ପାନୀ ବିରୁଦ୍ଧରେ ବ୍ୟାଙ୍କ ଠକେଇର ଏକ ମାମଲା ରୁଜୁ କରିଛି, ଯେଉଁଥିରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ୨୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି।

CBI ଦଳ ଆଜି ମୁମ୍ବାଇର ଅନେକ ସ୍ଥାନରେ ଚଢାଉ କରୁଛନ୍ତି। ଏହି ସର୍ଚ୍ଚ ଅପରେସନ RCOM ଏବଂ ଅନିଲ ଅମ୍ବାନୀଙ୍କ ସହ ଜଡିତ ସ୍ଥାନଗୁଡ଼ିକରେ ଚାଲିଛି।