ଶ୍ରୀଦେବୀଙ୍କ ଛାଇ ଦେଖିଲେ ଡେଉଁଥିଲେ ଏହି ଅଭିନେତ୍ରୀ, ପ୍ରଥର ଅଭିନୟରୁ ୧୦ ଟଙ୍କା ରୋଜଗାର, ବଡ଼ ବଡ଼ ଷ୍ଟାରଙ୍କ ସହ କରିଛନ୍ତି ରୋମାନ୍ସ
ବଲିଉଡ ଜଗତରେ କ୍ୟାରିୟର ଗଢ଼ିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା।
ଓଡ଼ିଶାଭାସ୍କର: ଦୁହେଁ ବଲିଉଡରେ କରୁଥିଲେ ରାଜ। ହେଲେ କେହି କାହାର ମାଡ଼ୁ ନଥିଲେ ପାଖ। କାହା ଛାଇ କାହା ଉପରେ ପଡ଼ୁନଥିଲା।
ଦୁହିଁଙ୍କ ଭିତରେ ମତାନ୍ତର ଏତେ ଥିଲା ଯେ କେବେ ଦୁହେଁ ଏକାଠି ଫିଲ୍ମ କରିବାକୁ ବି ମନା କରିଦେଇଛନ୍ତି। ଖାଲି ସେତିକି ନୁହେଁ ଶ୍ରୀଦେବୀଙ୍କ ଛାଇ ଦେଖିଲେ ଡେଉଁଥିଲେ ଏହି ଅଭିନେତ୍ରୀ।
ବଲିଉଡ ଜଗତରେ କ୍ୟାରିୟର ଗଢ଼ିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। କିନ୍ତୁ କେବେ ପଛକୁ ଅନେଇଁ ନାହାଁନ୍ତି ଏହି ଅଭିନେତ୍ରୀ। ଏବେ ଅଭିନେତ୍ରୀ ହୋଇ ପରଦାରେ କରୁଥିଲେ ରାଜ। ଏବେ ସାଂସଦ ହୋଇ କରୁଛନ୍ତି ନେତାଗିରି।
ପ୍ରଥମ ଫିଲ୍ମରେ ୧୦ ଟଙ୍କା ପାରିଶ୍ରମିକ ପାଇ, ଶ୍ରୀଦେବୀଙ୍କୁ କଡା ଟକ୍କର ଦେଇ ଭାରତୀୟ ସିନେମାର ପ୍ରମୁଖ ସ୍ଥାନ ଗ୍ରହଣ କରିଥିବା ଅଭିନେତ୍ରୀଙ୍କ ଜୟପ୍ରଦା।
ସେ ଅନେକ ସୁପରଷ୍ଟାର ଅଭିନେତାଙ୍କ ସହ ଅଭିନୟ କରିଛନ୍ତି। ସେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟଲମ, କନ୍ନଡ ଏବଂ ମରାଠୀ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏହି ଅଭିନେତ୍ରୀ ଭାରତୀୟ ସିନେମାରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଯାହାକୁ ଦର୍ଶକ ଆଜି ମଧ୍ୟ ମନପକାନ୍ତି।
ଅଭିନେତ୍ରୀ ଜୟା ବିଭିନ୍ନ ଭାଷାରେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ୧୯୭୪ ମସିହାରେ ତେଲୁଗୁ ଚଳଚ୍ଚିତ୍ର ‘ଭୂମି କୋସମ’ ରେ ଅଭିନେତ୍ରୀ ଭାବରେ ଡେବ୍ୟୁ କରିଥିଲେ।
ଏହି ଚଳଚ୍ଚିତ୍ରରେ ସେ ଏକ ଛୋଟ ଭୂମିକାରେ ଅଭିନୟ କରିଥିଲେ। କୁହାଯାଏ ଯେ ଏଥିପାଇଁ ଜୟା ପ୍ରଦାଙ୍କୁ ୧୦ ଟଙ୍କା ପାରିଶ୍ରମିକ ଦିଆଯାଇଥିଲା।
ଏହା ପରେ ଅଭିନୟ ଯାଦୁ ଏମିତି ଦେଖାଇଥିଲେ ଅଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ହେବାକୁ ଲାଗିଲେ।
ତାଙ୍କର ଶ୍ରେଷ୍ଠ ଚଳଚ୍ଚିତ୍ରଗୁଡ଼ିକରେ ସରଗମ୍ (୧୯୭୯), ଉରିକ୍କି ମୋନାଗଡୁ (୧୯୮୧), କାମସୋର (୧୯୮୨), କବିରତ୍ନ କାଳିଦାସ (୧୯୮୩), ସାଗର ସଙ୍ଗମ (୧୯୮୩), ତୋଫା (୧୯୮୪), ଶରାବି (୧୯୮୪), ମକସଦ (୧୯୮୪), ସଞ୍ଜୋକ (୧୯୮୫), ଅଗ୍ନି ରାସ୍ତା (୧୯୮୬), ସିଂହାସନମ (୧୯୮୬), ସିନ୍ଦୂର(୧୯୮୭) ସଂସାରମ (୧୯୮୯),ଏଲାନ ଏ ଜଙ୍ଗ ଅର୍ଜୁନ (୧୯୯୦), ଥାନେଦାର (୧୯୯୦), ମା, ହବା (୧୯୯୯), ଏବଂ ସପ୍ତଭେଦି (୨୦୦୦) ।
ତାମିଲରେ, ସେ କମଲ ହାସନଙ୍କ ସହିତ ‘ମନମାଧା ଲୀଲାଇ’ ଓ ‘ସଲଙ୍ଗଇ ଓଲି’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ସେ ରଜନୀ-କମଲ ଅଭିନୀତ ‘ନିନୈଥଲେ ଇନିକୁମ୍’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ସେ ୨୦୦୮ ମସିହାରେ କମଲ ଅଭିନୀତ ଦଶାବତାରମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ସେ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନ, ରଜନୀ, କମଲ ଓ ଅନ୍ୟମାନଙ୍କ ସହିତ ଅଭିନୟ କରିଛନ୍ତି।