ଭାରତ ପରେ ଜାପାନ ଉପରେ ୧୫% ବେସଲାଇନ୍ ଶୁଳ୍କ ଲଗାଇଲେ ଡୋନାଲ୍ଡ ଟ୍ରମ୍ପ

ଆମେରିକା ଏବଂ ଜାପାନ ମଧ୍ୟରେ ବାଣିଜ୍ୟ ଚୁକ୍ତି।

ଜାପାନ: ଭାରତ ପରେ ଜାପାନ ଉପରେ ଟାରିଫ ଲଗାଇଲା ଆମେରିକା। ଜାପାନ ସାମଗ୍ରୀ ଉପରେ ୧୫% ଟାରିଫ୍ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା-ଜାପାନ ବାଣିଜ୍ୟ ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ୱାକ୍ଷର କରିଛନ୍ତି।

ହ୍ୱାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି କି, ଏହି ବାଣିଜ୍ୟ ଚୁକ୍ତିନାମା ଅନୁଯାୟୀ ଆମେରିକାକୁ ଆସୁଥିବା ପ୍ରାୟ ସମସ୍ତ ଜାପାନୀ ଜିନିଷ ଉପରେ ୧୫ ପ୍ରତିଶତର ଏକ ମୂଳ ଶୁଳ୍କ ଲାଗୁ କରାଯିବ।

କାର୍ଯ୍ୟନିର୍ବାହୀ ଅର୍ଡରରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଜାପାନ ସରକାର ଆମେରିକାରେ ୫୫୦ ବିଲିୟନ ଆମେରିକୀୟ ଡଲାର ନିବେଶ କରିବାକୁ ରାଜି ହୋଇଛନ୍ତି।

ହ୍ୱାଇଟ୍ ହାଉସ୍ ପକ୍ଷରୁ X ରେ ଏକ ପୋଷ୍ଟରେ କୁହାଯାଇଛି ଯେ ଟ୍ରମ୍ପ୍ ଆମେରିକା-ଜାପାନ ବାଣିଜ୍ୟ ଚୁକ୍ତିନାମାକୁ ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ୱାକ୍ଷର କରିଛନ୍ତି।

ଏହି ଅର୍ଡରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁଲାଇରେ ଘୋଷିତ ଆମେରିକା ଏବଂ ଜାପାନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ମନେ ପକାଇଛନ୍ତି। ଯାହା ଜାତୀୟ ସ୍ୱାର୍ଥର ନୀତି ଉପରେ ଆଧାରିତ ଆମେରିକା-ଜାପାନ ବାଣିଜ୍ୟ ସମ୍ପର୍କର ଏକ ନୂତନ ଯୁଗର ମୂଳଦୁଆ ପକାଇଥାଏ।