fbpx

ଅଧିକ ଗ୍ୟାସ ଔଷଧ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ସମସ୍ୟାରେ ପଡ଼ିପାରନ୍ତି !

ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧାବସ୍ଥା ଯାଏଁ ପେଟ ଜନିତ ସମସ୍ୟା ସମସ୍ତଙ୍କ ପାଖରେ ଦେଖାଦେଇଥାଏ । ସେଥିରୁ ଚୁଟକିରେ ଉପଶମ ପାଇବା ପାଇଁ ଆମେ ଗ୍ୟାସ ଔଷଧ ଖାଇ ଦେଇଥାଉ । ଯାହାଦ୍ୱାରା ଆମକୁ ୧୦ରୁ ୧୫ ମିନିଟ ପରେ ଆରାମ ମିଳିଥାଏ । କିନ୍ତୁ ଏହା ଆମର ଧିରେ ଧିରେ ଅଭ୍ୟସ୍ତରେ ପରିଣତ ହୋଇଯାଇଥାଏ । ଟିକେ ପେଟ ଖରାପ ବା ଗ୍ୟାସ ହୋଇଗଲେ ଆମେ ସାଙ୍ଗେ ସାଙ୍ଗେ ଗ୍ୟାସ ମେଡ଼ିସିନ ଖାଇ ଦେଇଥାଉ । କିନ୍ତୁ ଗ୍ୟାସ ମେଡ଼ିସିନ ଅଧିକ ଖାଇଲେ କଣ ହେବ ଜାଣିଛନ୍ତି କି? ଆସନ୍ତୁ ଜାଣିବା ଗ୍ୟାସ ଔଷଧ ଅଧିକ ଖାଇବା ଦ୍ୱାରା କଣ ହୋଇଥାଏ ।

ଅଧିକ ଗ୍ୟାସ ମେଡ଼ିସିନ ଖାଇବା ଦ୍ୱାରା ଲିଭର ଜନିତ ସମସ୍ୟା ଦେଖାଦେଇଥାଏ । ଏହାସହ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସେହିପରି ଅଧିକ ଗ୍ୟାସ ମେଡ଼ିସିନ ଖାଇବା ଦ୍ୱାରା ଶରୀରୁ ଭିଟାମିନ ବି ୧୨ ମାତ୍ରା କମ୍ ହୋଇଯାଇଥାଏ । ଯାହା ଫଳରେ ହାଡ଼ ଉପରେ ବେଶ ପ୍ରଭାବ ପକାଇଥାଏ । ତେଣୁ ଆବଶ୍ୟକ ନଥିଲେ ଗ୍ୟାସ ମେଡ଼ିସିନ ଖାଇବା କଥା ନୁହେଁ ।

Get real time updates directly on you device, subscribe now.