fbpx

ସ୍କୁଲରେ କିପରି ପାଳନ ହେବ ଅଗଷ୍ଟ ୧୫, ଆସିଲା ଗାଇଡ଼ଲାଇନ

ଭୁବନେଶ୍ୱର, ୧୩ା୮ (ଓଡ଼ିଶା ଭାସ୍କର): କରୋନା ପାଇଁ ସ୍କୁଲରେ ସ୍ୱାଧୀନତା ଦିବସ କିପରି ପାଳନ ହେବ ସେନେଇ ଗାଇଡ଼ଲାଇନ ଜାରି ହୋଇଛି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ଗାଇଡ଼ଲାଇନ ଜାରି ହୋଇଥିବା ସୂଚନା ମିଳିଛି । ଜିଲ୍ଲା ଶିକ୍ଷା ଅଧିକାରୀ, ଡିସିପି, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏନେଇ ଚିଠି ମଧ୍ୟ ଲେଖାଯାଇ ଏହି ଗାଇଡ଼ଲାଇନ ସମ୍ପର୍କରେ ଅବଗତ କରାଯାଇଛି । ସ୍ୱାଧୀନତା ଦିବସରେ କୌଣସି ପିଲା ସ୍କୁଲ ଆସିବେ ନାହିଁ । ପ୍ରଧାନଶିକ୍ଷକ ଓ ଅନ୍ୟ ଶିକ୍ଷକ ପତାକା ଉତ୍ତୋଳନ କରିବେ । କୋଭିଡ଼ କଟକଣା ମାନି ସ୍କୁଲରେ ପତାକା ଉତ୍ତୋଳନ କରାଯିବ । ସ୍କୁଲ ପରିଚାଳନା କମିଟି ସଭାପତି ଓ ସଦସ୍ୟ ଅତିଥି ଭାଗ ନେଇପାରିବେ । ୧୦ରୁ ଅଧିକ ବ୍ୟକ୍ତିବିଶେଷ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ନାହିଁ । କୌଣସି ଖାଦ୍ୟ ଜିନିଷ ବଣ୍ଟନ କରାଯିବା ଉପରେ କଟକଣା ଲାଗୁ କରାଯାଇଛି । ସକାଳ ୯ଟାରୁ ୧୧ଟା ମଧ୍ୟରେ ପତାକା ଉତ୍ତୋଳନ ସାରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.