CHARIDHAM

ଘର, ବାହାର ଘାଣ୍ଟୁଛି ଭିଜିଲାନ୍ସ, ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଜୋରଦାର ଚଢ଼ାଉ, ୯ଟି ସ୍ଥାନରେ ଚାଲିଛି ଖୋଳତାଡ଼

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘାଣ୍ଟୁଛି

ରାୟଗଡ଼ା: ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ। କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଛାନଭିନ କରୁଛି ଭିଜିଲାନ୍ସ। କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ।

ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଘାଣ୍ଟୁଛି ଭିଜିଲାନ୍ସ। ବାଲିଗୁଡ଼ା, ଦାରିଙ୍ଗବାଡ଼ି, କାଶୀପୁର ଦଶପଲ୍ଲାରେ ଖୋଳତାଡ଼ କରୁଛି ଭିଜିଲାନ୍ସ।

ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ।