fbpx

କଟକ ସହରରୁ ଆଜି ୧୪୯ ପଜିଟିଭ ଚିହ୍ନଟ

କଟକ,୨୧ ।୮(ଓଡ଼ିଶା ଭାସ୍କର): ଆଜି କଟକ ସହରରୁ ୧୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୭୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହ ୫୭ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ସୁଦ୍ଧା କଟକ ସହରରେ ୨୯୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୮୪ଜଣ ସୁସ୍ଥ ହୋଇଛନ୍ତି ଓ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ୧୧୭୯ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।

Get real time updates directly on you device, subscribe now.